ଚମ୍ପୁଆ, ୨୭/୦୬(ତ୍ରିନାଥ ମହାନ୍ତ) ଶୁଦ୍ଧିକ୍ରିୟା ପାଇଁ ଅସହାୟ ପରିବାର କୁ ସହାୟତା ର ହାତ ବଢାଇଲା ଭରସା ପରିବାର ଟ୍ରଷ୍ଟ, କେନ୍ଦୁଝର । ଚମ୍ପୁଆ ବ୍ଲକ୍ ଜାମୁଦଲକ ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ତ୍ରିନାଥ ପ୍ରଧାନ ବାଙ୍ଗାଲୋରରେ ରହି କାମଦାମ କରି ପରିବାର ପ୍ରତିପୋଷଣ କରୁଥିଲେ । ସେଠାରେ ହୃଦାଘାତରେ ତାଙ୍କର ଅକାଳ ମୃତ୍ୟୁ ଘଟିବା ପରେ ଜିଲ୍ଲା ପ୍ରଶାସନ ଓ ସ୍ଵେଛାସେବୀ ସଙ୍ଗଠନ ସହାୟତାରେ ତାଙ୍କର ମୃତଦେହ ଗ୍ରାମକୁ ଆସିଥିଲା । ତ୍ରିନାଥଙ୍କ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିବା ବେଳେ ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ମୃତ୍ୟୁ ପରେ ତାଙ୍କର ଶୁଦ୍ଧିକ୍ରିୟା କରିବାକୁ ପରିବାର ଲୋକେ ଅସମର୍ଥ ହୋଇପଡିଥିଲେ । ଏହି ଘଟଣା ଭରସା ପରିବାରର ସ୍ଥାନୀୟ ସଦସ୍ୟଙ୍କ ଦୃଷ୍ଟିଗୋଚର ହେବା ପରେ ଭରସା ପରିବାରର ଉପଦେଷ୍ଟା ଦୁଷ୍ମନ୍ତ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ସଦସ୍ୟ ରଶ୍ମିରେଖା ମହାକୁଡ଼, ଶରତ ଖିଲାର, ଦିଲ୍ଲୀପ ମୁଣ୍ଡା, ବାପୁନ୍ ମହାନ୍ତ, ପ୍ରଦୀପ ମୁଣ୍ଡା, ଦୀପକ ନାଏକ, ଅସିତ୍ ମହାକୁଡ଼, କୀର୍ତ୍ତନ ମୁଣ୍ଡା, ବିକାଶ ଓରାମ, ଶିବଚରଣ ଓରାମ, ହରିଚରଣ ଓରାମ ଓ ଦେବାଶିଷ ଗିରି ପ୍ରମୁଖ ମୃତ ତ୍ରିନାଥଙ୍କ ମଙ୍ଗଳପୁର ସ୍ଥିତ ଘରେ ପହଞ୍ଚି ତାଙ୍କ ସ୍ତ୍ରୀ ସ୍ନେହଲତା ପ୍ରଧାନଙ୍କୁ ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକ ସାମଗ୍ରୀ ସହାୟତା ପ୍ରଦାନ କରିଥିଲେ।