ଚମ୍ପୁଆ, ୧୫/୦୧ (ତ୍ରିନାଥ ମହାନ୍ତ) ଗ୍ରାମାଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପ୍ରତ୍ୟେକ ବର୍ଷ ମାଘ ମାସର ଆଗମନରେ ଏହି ମାଘ ( ମାଗେ ) ପର୍ବ ପାଳନ କରିଥାନ୍ତି। ମାଘ ମାସକୁ ବର୍ଷର ସବୁଠାରୁ ପବିତ୍ର ମାସ ଭାବେ ଗ୍ରହଣ କରି ଗ୍ରାମର ସୁବିଧା ଅନୁଯାୟୀ ମାଘ ମାସର ସଂକ୍ରାନ୍ତି ପରଠାରୁ ଯେକୌଣସି ଦିନ ଏହି ପର୍ବ ପାଳନ କରାଯାଇଥାଏ। ମୁଖ୍ୟତଃ କେନ୍ଦୁଝର, ମୟୁରଭଞ...