Latest News

ସାମଲ ଇକ୍ବିପ୍ ପକ୍ଷରୁ ଗ୍ରାହକ ଓ ଫାଇନାନ୍ସ ମିଟ୍‌, ଜେସିବିର ନୂଆ ମେସିନ୍‌ ଲଞ୍ଚିଂ ।

Jun 26, 2025
Odishakhabar:

ବଲାଣି,୨୬ ଜୁନ- ସାମଲ ଇକ୍ବିପ୍ ପକ୍ଷରୁ ବୁଧବାର ସଂଧ୍ୟା ରେ ବଡବିଲ୍‌ର ଏକ ହୋଟେଲ୍‌ରେ  ଗ୍ରାହକ ଓ ଫାଇନାନ୍ସ ମିଟ୍‌ର ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଏହି ଅବସରରେ ଜେସିବି କମ୍ପାନୀର ର ନୂଆ ପ୍ରଯୁକ୍ତି ସହିତ ଆସିଥିବା ଷ୍ଟେଜ ୫ ହୁଇଲ ଲୋଡ଼ର  ଓ ଷ୍ଟେଜ ୫ କମ୍ପାକ୍ଟର ର ଭବ୍ୟ ଲଞ୍ଚିଂ କରାଯାଇଥିଲା।

 କାର୍ଯ୍ୟକ୍ରମରେ ସାମଲ ଇକ୍ବିପ୍ ର ପ୍ରବନ୍ଧ ନିର୍ଦେଶକ ଗଙ୍ଗାଧର ସାମଲ, ନିର୍ଦେଶକ ଡା. ଅବିନାଶ ସାମଲ, ଜେସିବି ବ୍ୟବସାୟ ମୁଖ୍ୟ ଦେବାଶିଷ ନାଥ ସହିତ  କମ୍ପାନୀର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଉପସ୍ଥିତ ଅଧିକାରୀମାନେ ନୂଆ ଲଞ୍ଚ୍‌ ହୋଇଥିବା ମେସିନ୍‌ଗୁଡିକର ବିଶେଷତା ବିଷୟରେ ବ୍ୟବସାୟୀମାନଙ୍କୁ ସୂଚନା ଦେଇଥିଲେ ।କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ୧୦୦ ରୁ ଅଧିକ ଖଣି ଓ ନିର୍ମାଣ କ୍ଷେତ୍ର ସହିତ ଜଡିତ ବ୍ୟବସାୟୀମାନେ ଉପସ୍ଥିତ ଥିଲେ। ଏହି ନୂଆ ପ୍ରଯୁକ୍ତିରେ ତିଆରି ହୋଇଥିବା ମେସିନ୍‌ଗୁଡିକ ବ୍ୟବସାୟୀ ମାନଙ୍କ ମଧ୍ୟରେ ଉତ୍ସାହ ଓ ନୂଆ ଆଶା ସୃଷ୍ଟି କରିଥିଲା।

କାର୍ଯ୍ୟକ୍ରମକୁ ସଫଳ କରିବାରେ ସାମାଲ ଇକ୍ବିପ୍ ର ସିଇଓ ରାଜେଶ ମହାନ୍ତି, ସେଲ୍ସ୍‌ ହେଡ୍‌ ମୃତ୍ୟୁଞ୍ଜୟ ବିଶ୍ୱାଳ , ଏରିଆ ମ୍ୟାନେଜର୍‌  ଦୀପ୍ତିବନ୍ତ ଦାସ,ବଡବିଲ୍ ଶାଖା ପରିଚାଳକ ରାଜ କିଶୋର ଜେନା ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ପରିଚାଳନା ର ଦାଇତ୍ୱ ନିର୍ବାହ କରିଥିଲେ ।ଏହି ଅବସରରେ ଉପସ୍ଥିତ ବ୍ୟବସାୟୀମାନେ ସାମଲ ଇକ୍ବିପ୍ ର ଏହି ଉଦ୍ୟମକୁ ସ୍ଥାନୀୟ ଶିଳ୍ପ ଓ ନିର୍ମାଣ କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଥିଲେ ।

Related Post