Latest News

ଡ୍ରାଇଭର ମହା ସଂଘର ସହାୟତା ପ୍ରଦାନ

Feb 05, 2025
Odishakhabar:Champua-keonjhar-586

 ଚମ୍ପୁଆ, (୦୬/୦୨) ଡ୍ରାଇଭର ସ୍ବର୍ଗତ ସୁଶୀଲ ମହାନ୍ତଙ୍କ ଏକାଦଶାହ କ୍ରିୟାକ୍ରମ ଏକ ଶୋକାକୁଳ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଡ୍ରାଇଭର ମହାସଂଘ ପକ୍ଷରୁ ସୁଶୀଲଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରି ସହାୟତା ପ୍ରଦାନ କରା ଯାଇଛି। ଚମ୍ପୁଆ ବ୍ଲକ ଜାମୁଦଲକ ପଞ୍ଚାୟତ ଅନ୍ତର୍ଗତ ଶ୍ରୀଧରପୁର ଗ୍ରାମର ଡ୍ରାଇଭର ସୁଶୀଲ ମହାନ୍ତ (୪୨) ଦୀର୍ଘଦିନ ଧରି କିଡ଼ନୀ ରୋଗରେ ପୀଡିତ ଥିବାବେଳେ ଗତ ଜାନୁଆରୀ ମାସ ୨୪ ତାରିଖରେ ତାଙ୍କର ଅକାଳ ବିୟୋଗ ଘଟିଥିଲା। ପରିବାରର ସେ ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ। ଘରେ ତାଙ୍କର ପତ୍ନୀ ରଙ୍ଗଲତା ମହାନ୍ତ ଓ ଦୁଇ ନା ବାଳିକା ଝିଅ ଅଛନ୍ତି। ଆଜି ତାଙ୍କର ଏକାଦଶାହ କ୍ରିୟା ଅବସରରେ ଜାମୁଦଲକ ପଞ୍ଚାୟତ ସ୍ତରୀୟ ଡ୍ରାଇଭର ମହା ସଂଘ ପକ୍ଷରୁ ସ୍ବର୍ଗତ ଡ୍ରାଇଭର ସୁଶୀଲଙ୍କ ଘରକୁ ଯାଇ ୬୯୫୩ ଟଙ୍କା ଅର୍ଥ ରାଶି ସହାୟତା ତାଙ୍କ ପତ୍ନୀ ରଙ୍ଗଲତା ହାତରେ ଅର୍ପଣ କରା ଯାଇଥିଲା। ଚମ୍ପୁଆ ବ୍ଲକ ଡ୍ରାଇଭର ମହାସଂଘ କୋଷାଧ୍ୟକ୍ଷ ଗଜେନ୍ଦ୍ର ତ୍ରିୟା ଙ୍କ ପ୍ରତକ୍ଷ ତତ୍ୱାବଧାନରେ ଏହି ସହାୟତା ରାଶି ପ୍ରଦାନ କରା ଯାଇଥିବା ବେଳେ ଏଥିରେ ସମ୍ପାଦକ ଅର୍ଜୁନ ମହାନ୍ତ, ସହ ସମ୍ପାଦକ ଅସିତ ମହାନ୍ତ, ଚମ୍ପୁଆ ଏନଏସି ସଦସ୍ୟ ପ୍ରକାଶ ନାଏକ, ଜାମୁଦଲକ ପଞ୍ଚାୟତ ଡ୍ରାଇଭର ମହାସଂଘ ସଭାପତି ସୁମନ୍ତ ମହାନ୍ତ, ସମ୍ପାଦକ ମନୋଜ ବେହରାଙ୍କ ସମେତ ବ୍ଲକର ସମସ୍ତ ପଞ୍ଚାୟତରୁ ଆସିଥିବା ଡ୍ରାଇଭର ମହାସଂଘ ସଦସ୍ୟ ମାନେ ଉପସ୍ଥିତ ଥିଲେ। ସଂଘ ସଦସ୍ୟ ମାନେ ସହାୟତା ରାଶି ପ୍ରଦାନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ। ଆଗାମୀ ଦିନରେ ପରିବାରର ବିଭିନ୍ନ ସୁବିଧା ଅସୁବିଧା ସମୟରେ ଜିଲ୍ଲା ଓ ବ୍ଲକ ଡ୍ରାଇଭର ମହାସଂଘର ସହଯୋଗ ସର୍ବଦା ରହିବ ବୋଲି କୋଷାଧ୍ୟକ୍ଷ ଶ୍ରୀ ତ୍ରିୟା ପ୍ରକାଶ କରିଛନ୍ତି। ଓଡିଶା ଡ୍ରାଇଭର ମହାସଂଘ ସଦସ୍ୟ ମାନେ ଏହିପରି ବିଭିନ୍ନ ପ୍ରକାର ସୁଖ ଦୁଃଖରେ ସାଥି ହୋଇ ସର୍ବଦା ସହଯୋଗର ହାତ ବଢା଼ଇ କାର୍ଯ୍ୟ କରୁଥିବାରୁ ସାଧାରଣରେ ସାଧୁବାଦ ଦିଆ ଯାଇଛି।

Related Post