Latest News

ଘରକୁ ଘର ବୁଲି ବିଜେପିର ପ୍ରଚାର, ଭୋଟ ଚିରକୁଟି ବାଣ୍ଟିବା ସହିତ ସୁଭଦ୍ରା ଯୋଜନା ସମ୍ପର୍କରେ ଦେଲେ ସୂଚନା ।

May 21, 2024
Odishakhabar:Door-to-door-campaign-by-bjp

ବଲାଣି,୨୧/୫ - ବଡ଼ବିଲ ସହରାଞ୍ଚଳ ସହିତ ଭଦ୍ରାସାହି ଗ୍ରାମୀଣ ମଣ୍ଡଳ ଅନ୍ତର୍ଗତ ବିଭିର୍ନ ସ୍ଥାନରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା ମାନେ ଘର କୁ ଘର ବୁଲି ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଜାରି ରଖି ଛନ୍ତି I ଏହି କ୍ରମରେ ବଡ଼ବିଲ ସହରାଂଚଳ ମଣ୍ଡଳ ଅନ୍ତର୍ଗତ ୱାର୍ଡ ନମ୍ବର ୧ ର ନାଲଦା, ୱାର୍ଡ ନମ୍ବର ୨ ର ବେଲକୁଣ୍ଡି, ୱାର୍ଡ ନମ୍ବର ୪ ର ସାଧୁସିଂହ ହାଟିଙ୍ଗ, ୱାର୍ଡ ନମ୍ବର ୧୧ ଷ୍ଟେସନ ରୋଡ଼, ନିୟୁ କଲୋନୀ, ୱାର୍ଡ ନମ୍ବର ୧୨ ର ମୃଣାଳ କଲୋନୀ ରେ ପ୍ରଚାର କରିଛନ୍ତି I କାର୍ଯ୍ୟକର୍ତା ମାନେ ପ୍ରତି ଘରକୁ ଘର ବୁଲି କେନ୍ଦ୍ରରେ ଏ ଥର ଚାରି ଶହରୁ  ଉର୍ଦ୍ଧ୍ଵ ସାଂସଦଙ୍କୁ ବିଜୟୀ କରାଇ  ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାମନ୍ତ୍ରୀ କରାଇବା ପାଇଁ କେନ୍ଦୁଝର ଲୋକ ସଭା ଆସନରୁ ଦଳୀୟ ପ୍ରାର୍ଥୀ ଅନନ୍ତ ନାୟକଙ୍କୁ ଭୋଟ ଦେବାକୁ ଆହ୍ୱାନ ଦେବା ସହିତ ରାଜ୍ୟରେ ଶାସନ କ୍ଷମତାରେ ଥିବା ଦୁର୍ନୀତି ଗ୍ରସ୍ତ ବିଜେଡି ସରକାରକୁ ହଟାଇ ଓଡ଼ିଶାର ଅସ୍ମିତା ଓ ସ୍ୱାଭିମାନ କୁ ବଜାୟ ରଖିବାକୁ ଆଗାମୀ ନିର୍ବାଚନରେ ବିଜେପିର ଚମ୍ପୁଆ ବିଧାନସଭା ପ୍ରାର୍ଥୀ ଡା. ମୁରାଲିମନୋହର ଶର୍ମାଙ୍କୁ ଭୋଟ ଦେଇ ରାଜ୍ୟରେ ସରକାର ଗଠନ କରିବାକୁ କର୍ମକର୍ତ୍ତା ଆହ୍ୱାନ ଦେଉଛନ୍ତି କହୁଛନ୍ତି I ଓଡ଼ିଶାରେ ବିଜେପିର ସରକାର ହେଲେ ଓଡ଼ିଶାର ବିକାଶ ଦୁଇ ଗୁଣ ବୃଦ୍ଧି ହେବ ବୋଲି ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା ଭୋଟରଙ୍କ ନିକଟରେ ପହଂଚାଉଛନ୍ତି I କାର୍ଯ୍ୟକର୍ତା ମାନେ ମତଦାତାଙ୍କୁ ନିର୍ବାଚନୀ ପ୍ରଲୋଭନ ଭତ୍ତା , ମଦ ମାଂସ ରେ ନପଡ଼ି ମୋଦି ସରକାରଙ୍କ ସୁଭଦ୍ରା ଯୋଜନା ରୁ ପ୍ରତି ମହିଳାଙ୍କ ପାଇଁ ୫୦ ହଜାର ଟଙ୍କା ଭାଉଚର ର ଲାଭ ନେବାକୁ କହୁଛନ୍ତି I ଏହି ପରି ବଡ଼ବିଲ ଅଂଚଳରେ ନୟନା ରାଠୋର, ସ୍ୱପ୍ନା ସାହୁ, ଧର୍ମେନ୍ଦ୍ର ମହାନ୍ତ, ସୁନୀଲ ଦାସ, ଅନିମେଶ କୁମାର ଶର୍ମା, ରୁପଲ ଶର୍ମା, ଜିତେଶ ଶର୍ମା ଓ ଅଜ୍ଞ ଦାସ ପ୍ରମୁଖ ଅନ୍ୟ କାର୍ଯ୍ୟକର୍ତାଙ୍କ ସହିତ ନିର୍ବାଚନ ପ୍ରଚାର କରୁଛନ୍ତି I ସେହିପରି ଭଦ୍ରାସହି ମଣ୍ଡଳ ଅନ୍ତର୍ଗତ ବଲାଣୀ ପଂଚାୟତ ରେ ରିକ୍ତା ରଣା ଙ୍କ ନେତୃତ୍ୱରେ ବଲାଣୀ ଟାଉନସିପ୍ ଓ ଅନ୍ୟ ଆଖପାଖ ଅଂଚଳରେ ପ୍ରଚାର କରିଥିବା ଜଣା ପଡିଛି I

Related Post