ନୂଆଦିଲ୍ଲୀ, 3 ଫେବୃଆରୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଯୁବପିଢି ଓ ରାଷ୍ଟ୍ରର ବିକାଶରେ ଖେଳର ଗୁରୁତ୍ୱ ଉପରେ ଜୋର ଦେଇଛନ୍ତି । ସେ କହିଛନ୍ତି ଯେ, ସାଂସଦ ଖେଳ ମହାକୁମ୍ଭରେ ଯେଉଁ ଉତ୍ସାହ ଓ ଆତ୍ମବିଶ୍ୱାସ ଦେଖାଦେଇଛି, ତାହା ଆଜି ପ୍ରତ୍ୟେକ ଖେଳାଳି ଏବଂ ଯୁବକଙ୍କ ପରିଚୟରେ ପରିଣତ ହୋଇଛି। କ୍ରୀଡା ପ୍ରତି ସରକାରଙ୍କ ଭାବନା ପଡ଼ିଆରେ ଖେଳାଳିଙ୍କ ଭାବନା ସହିତ ମେଳ ଖାଉଛି।
ପ୍ରଧାନମନ୍ତ୍ରୀ ଭିଡିଓ ବାର୍ତ୍ତା ମାଧ୍ୟମରେ ପାଲି ସାଂସଦ ଖେଳ ମହାକୁମ୍ଭକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ସାଂସଦ ଖେଳ ମହାକୁମ୍ଭରେ ପାଲିର 1100ରୁ ଅଧିକ ସ୍କୁଲ ପିଲା ସହିତ 2ଲକ୍ଷରୁ ଅଧିକ ଆଥଲେଟଙ୍କ ଭାଗିଦାରିକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଏଭଳି ଖେଳ ଆୟୋଜନ ଉପରେ ଏବେର ସରକାରଙ୍କ ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରି କହିଛନ୍ତି ଯେ, ସାଂସଦ ଖେଳ ମହାକୁମ୍ଭ ଜିଲ୍ଲା ଓ ରାଜ୍ୟର ଲକ୍ଷାଧିକ ପ୍ରତିଭାଶାଳୀ ଆଥଲେଟଙ୍କୁ ଏକ ମଞ୍ଚ ପ୍ରଦାନ କରୁଛି । ସେ କହିଛନ୍ତି ଯେ ନୂତନ ତଥା ଉଦୀୟମାନ ପ୍ରତିଭା ଆବିଷ୍କାର ଏବଂ ବ୍ୟବହାର କରିବା ପାଇଁ ମଧ୍ୟ ଏକ ମାଧ୍ୟମ ପାଲଟିଛି। ମହିଳାମାନଙ୍କ ପାଇଁ ଉତ୍ସର୍ଗୀକୃତ ଏକ ପ୍ରତିଯୋଗିତା ଆୟୋଜନ କଥା ମଧ୍ୟ ଉଠାଇଛନ୍ତି ପିଏମ ମୋଦି।