3ଜଣଙ୍କ ମୃତ୍ୟୁ ଏବଂ 25 ଆହତ
ବ୍ରେକ ଫେଲ ହେବାରୁ ହୋଇଛି ଦୁର୍ଘଟଣା
ମୁମ୍ବାଇ 9 ଡିସେମ୍ବର -ମୁମ୍ବାଇର କୁର୍ଲା ଅଞ୍ଚଳରେ ସୋମବାର ରାତିରେ ଏକ ସରକାରୀ ବସ ଅନେକ ଗାଡି ଏବଂ ଲୋକଙ୍କୁ ଧକ୍କା ଦେଇଥିଲା।ଏହି ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ଘଟିଥିବାବେଳେ 25 ଜଣ ଆହତ ହୋଇଛନ୍ତି।ଆହତମାନଙ୍କୁ ସାୟନ ଏବଂ କୁର୍ଲା ଭାଭା ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି।ପୋଲିସ କହିଛି ଯେ ପ୍ରାରମ୍ଭିକ ତଦନ୍ତରେ ବ୍ରେକ ଫେଲ ହେବା କାରଣରୁ ସରକାରୀ ବସ ଲୋକଙ୍କୁ ଧକ୍କା ଦେଇଥିଲା।ବିଶେଷଜ୍ଞଙ୍କଠାରୁ ବସର ରକ୍ଷଣାବେକ୍ଷଣ ରିପୋର୍ଟ ନିଆଯିବ।ଏହି ବସ କୁର୍ଲାରୁ ଅନ୍ଧେରୀ ଅଭିମୁଖେ ଯାଉଥିବାବେଳେ କୁର୍ଲା ଅଞ୍ଚଳରେ ଏଲବିଏସ ରୋଡରେ ଏହି ଦୁର୍ଘଟଣା ଘଟିଥିଲା।ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ହଠାତ ବଜାରରେ ଏକ ହାଇସ୍ପିଡ ବସ ଆସୁଥିବା ଦେଖାଯାଇଥିଲା,ଯାହାପରେ ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।ଲୋକମାନେ ନିଜକୁ ରକ୍ଷା କରିବା ପାଇଁ ଦୌଡିବାକୁ ଲାଗିଲେ କିନ୍ତୁ ବସ କିଛି ଗାଡି ଏବଂ ଲୋକଙ୍କୁ ଧକ୍କା ଦେଇଥିଲା।ଲୋକମାନେ ପୋଲିସକୁ ବସ ଡ୍ରାଇଭର ମଦ୍ୟପାନ କରିଥିବା ମଧ୍ୟ କହିଥିଲେ ।ପୋଲିସ ଘଟଣାସ୍ଥଳରେ ଭିଡକୁ ହଟାଇ ବସ ଡ୍ରାଇଭରକୁ ଗିରଫ କରିଥିଲା।ବର୍ତ୍ତମାନ ଘଟଣାସ୍ଥଳରେ ମୁମ୍ବାଇ ନଗର ନିଗମ (ବିଏମସୀ)ର ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।ବିଏମସି ଦୁର୍ଘଟଣାରେ ଆହତ ଏବଂ ମୃତକଙ୍କ ସରକାରୀ ଆକଳନ ସମ୍ପର୍କରେ ସୁଚନା ଦେଇଛି,ଯେଉଁଥିରେ 25ଜଣ ଆହତ ହୋଇଥିବାବେଳେ ତିନିଜଣଙ୍କ ମୃତ୍ୟୁ ଘଟିଛି।ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି।