ନୂଆଦିଲ୍ଲୀ- ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ ବଡ ଝଟ୍କା ଲାଗିଛି । ସେ ପ୍ୟାରିସ ଅଲମ୍ପିକ 2024ରେ ମହିଳା କୁସ୍ତିର 50 କିଲୋ ଭାର ବର୍ଗ ଇଭେଂଟର ଫାଇନାଲ ମୁକାବିଲା ପୂର୍ବରୁ ବାହାର ହୋଇଇଛନ୍ତି । ଅଧିକ ଓଜନ କାରଣରୁ ତାଙ୍କ ପାଇନାଲ ମୁକାବିଲା ପୂର୍ବରୁ ଅଯୋଗ୍ୟ ଘୋଷଣା କରାଯାଇଛି । ଭାରତୀୟ କୁସ୍ତିଯୋଦ୍ଧା ଫୋଗାଟ ମଙ୍ଗଳବାର ସେମିଫାଇନାଲରେ କ୍ୟୁବାର ୟୁସ୍ନେଲିସ ଗୁଜମୈନ ଲୋପେଜଙ୍କୁ 5-0ରେ ପରାସ୍ତ କରିଥିଲେ । ଏହାପରେ ସେ ଅଲମ୍ପିକର ଫାଇନାଲରେ ପଂହଚିଥିବା ପ୍ରଥମ ଭାରତୀୟ ମହିଳା କୁସ୍ତିଯୋଦ୍ଧା ପାଲଟିଥିଲେ । ଭାରତୀୟ ଅଲମ୍ପିକ ସଂଘ ଏହାର ସୂଚନା କହିଛି ଯେ, ଭାରତୀୟ ଟିମକୁ ଏହାର ଦୁଃଖ ଯେ, ମହିଳା କୁସ୍ତି 50 କିଲୋଗ୍ରାମ ବର୍ଗରୁ ଭିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷଣଶ କରିଦିଆଯାଇଛି । ରାତି ସାରା ଟିମ୍ ଦ୍ୱାରା ପ୍ରୟାସ ସତ୍ତ୍ୱେ, ଆଜି ସକାଳେ ତାଙ୍କ ଓଜନ 50 କିଲୋଗ୍ରାମରୁ କିଛି ଗ୍ରାମ ଅଧିକ ଥିଲା । ଏବେ ଦଳ ପକ୍ଷରୁ କୌଣସି ଟିପ୍ପଣୀ କରାଯିବନାହିଁ । ଭାରତୀୟ ଦଳ ଆପଣଙ୍କୁ ଭିନେଶଙ୍କ ବ୍ୟକ୍ତିଗତ ସମ୍ମାନ କରିବାକୁ ଅନୁରୋଧ କରୁଛି ।