ଚମ୍ପୁଆ, ୧୮/୦୬(ତ୍ରିନାଥ ମହାନ୍ତ) ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଗ୍ରାମପଞ୍ଚାୟତରେ ବିକାଶ ବାହନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ ବିକାଶ ବାହନ ରଥକୁ ପଞ୍ଚାୟତ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ଏହି ଅବସରରେ ରାଜ୍ୟ ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ସର୍ବସାଧାରଣଙ୍କୁ ଏଲଇଡି ମଧ୍ୟମରେ ବିସ୍ତୃତ ସୂଚନା ପ୍ରଦାନ କରା ଯାଇଥିଲା। ଏହା ସହିତ ପଞ୍ଚାୟତର ଛଅ ଜଣଙ୍କୁ ରାସନ କାର୍ଡ, ପାଞ୍ଚ ଜଣଙ୍କୁ ଜବକାର୍ଡ, ପାଞ୍ଚ ଜଣଙ୍କୁ ପେନସନ ଭତ୍ତା, ପାଞ୍ଚ ଜଣଙ୍କୁ ଅନ୍ତୋର୍ଦୟ ଗୃହ ପ୍ରଦାନ କରା ଯାଇଛି । ଏହି କାର୍ଯ୍ୟକ୍ରମରେ ଚମ୍ପୁଆ ଏବିଡିଓ ଚୁନୁ ହାଂସଦା ଯୋଗ ଦେଇଥିବା ବେଳେ ଭଣ୍ଡା ସରପଞ୍ଚ ନୟନ ନାଏକଙ୍କ ସହ ପଞ୍ଚାୟତ ଅଧିକାରୀ ଜୁଲି ସର୍ଦ୍ଦାର, ପଞ୍ଚାୟତ ସଭ୍ୟା ସାଇବାଣୀ ନାଏକ, ଏଡିଇଓ ଭକ୍ତବନ୍ଧୁ ବାରିକଙ୍କ ସମେତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀଗଣ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ହିତାଧିକାରୀ ମାନଙ୍କୁ ସାମିଲ କରିଥିବାରୁ ସାଧାରଣରେ ଖୁସି ଅନୁଭବ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଆ ଯାଇଛି।