Latest News

ଇଂଲଣ୍ ଫୁଟବଲ କୋଚ ସ୍ୱେନ-ଗୋରାନ ଏରିକ୍ସନଙ୍କର 76 ବର୍ଷ ବୟସରେ ବିୟୋଗ

Aug 26, 2024
Odishakhabar:

ଷ୍ଟାକହୋମ- ସ୍ୱୀଡିଶ ଫୁଟବଲ ମ୍ୟାନେଜର ସ୍ୱେନ-ଗୋରାନ ଏରିକ୍ସନଙ୍କର 76 ବର୍ଷ ବୟସରେ ବିୟୋଗ ହୋଇଛି । ସେ 2001ରୁ 2006 ଯାଏ ଇଂଲଣ୍ଡକୁ କୋଚିଂ ଦେଇଥିଲେ । ସୋମବାର ଅଗ୍ନାଶୟ କ୍ୟାନସର କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ କ୍ୟାନସର ହୋଇଥିବା ନେଇ ସେ ଜାନୁୟାରୀରେ ଖୁଲାସା କରିଥିଲେ ଏବଂ ବଂଚିବା ପାଇଁ ତାଙ୍କ ନିକଟରେ ଅଧିକରୁ ଅଧିକ ଗୋଟିଏ ବର୍ଷ ରହିଥିବା କହିଥିଲେ ।

ଏରିକ୍ସନ 2001 ମସିହାରେ ଇତିହାସ ରଚିଥିଲେ, ଯେତେବେଳେ ସେ କେଭିନ କିଗନଙ୍କ ସ୍ଥାନ ନେଇଥିଲେ ଏବଂ ଇଂଲଣ୍ଡ ଟିକର କମାଣ ସମ୍ଭାଳିଥିବା ପ୍ରଥମ ବିଦେଶୀ କୋଚ ହୋଇଥିଲେ । ଏବଂ ସେ 2002 ଓ 2006ରେ ଦୁଇଟି ବିଶ୍ୱକପ ଫାଇନାଲ ପର୍ଯ୍ୟାୟରେ ଟିମର ନେତୃତ୍ୱ ନେଇଥିଲେ, ଯେଉଁଥିରେ 2001 ମସିହା ସେପ୍ଟେମ୍ବରରେ ଜର୍ମାନୀ ବିରୁଦ୍ଧରେ 5-1ର ଐତିହାସିକ ବିଜୟ ସାମିଲ ଥିଲା । ଏହାପରେ ସେ ବେଶ୍ ଲୋକପ୍ରିୟ ହୋଇପଡିଥିଲେ ।

Related Post