ଓଟୋୱା- କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋ କହିଛନ୍ତି ଯେ, ସରକାର କାନାଡାର ସମସ୍ତ ଲୋକଙ୍କ ଅଧିକାର ଓ ସ୍ୱାଧୀନତାର ରକ୍ଷା ପାଇଁ ଠିଆ ହୋଇଛନ୍ତି । ଏହାସହିତ ଟ୍ରୁଡୋ ଗତବର୍ଷ ଖଲିସ୍ଥାନୀ ଶିଖ ବିଚ୍ଛିନ୍ନତାବାଦୀର ହତ୍ୟାର ପ୍ରସଙ୍ଗ ବି ଉଠାଇଛନ୍ତି । ଟ୍ରୁଡୋ କାନାଡାର ନିର୍ବାଚନୀ ପ୍ରକ୍ରିୟାରେ ବିଦେଶୀ ହସ୍ତକ୍ଷେପ ସଂପର୍କରେ କରାଯାଉଥିବା ଯାଂଚରେ ବୁଧବାର ଏକ କମିଟି ସମ୍ମୁଖରେ ସାକ୍ଷ୍ୟ ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ପୂର୍ବ କାନାଡା ସରକାର ଭାରତ ସରକାରଙ୍କ ନିକଟତର ଥିଲେ।
ସ୍ଥାନୀୟ ଗଣମାଧ୍ୟମ ଦ୍ୱାରା ସେୟାର କରାଯାଉଥିବା ଏକ 'ଲାଇଭ୍-ଷ୍ଟ୍ରିମିଂ' ଭିଡିଓ ଅନୁଯାୟୀ, ଟ୍ରୁଡୋ 2019 ଏବଂ 2021 ନିର୍ବାଚନ ସମୟରେ ବିଦେଶୀ ହସ୍ତକ୍ଷେପ ସମ୍ପର୍କରେ ଗୁପ୍ତଚର ସୂଚନା ପାଇବା ପରେ ସରକାର ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ଟିପ୍ପଣୀ ଦେଇଥିଲେ ।