ହିଂସାରେ ମୃତ୍ୟୁବରଣ କରିଥିବା 2ଶହ ଲୋକଙ୍କ ପାଇଁ ନ୍ୟାୟ ଦାବି
ଢାକା- ବାଂଲାଦେଶରେ ସଂରକ୍ଷଣ ବିରୋଧରେ ଶୁକ୍ରବାର ପୁଣି ଥରେ ବିରୋଧ ଆରମ୍ଭ ହୋଇଛି । ଏହି ବିରୋଧ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଓ ତାଙ୍କ ସରକାର ବିରୁଦ୍ଧରେ ଅଟେ । ଦେଶରେ ହିଂସାତ୍କମ ଘଟଣା ବଢିବା ଓ 2ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ପରେ ବିରୋଧ ଥମିଥିଲା । କିନ୍ତୁ ପୁଣି ଥରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି । ବିକ୍ଷୋଭରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ନ୍ୟାୟ ଦିଆଯାଉ ବୋଲି ବିକ୍ଷୋଭକାରୀମାନେ ଦାବି କରିଛନ୍ତି । ବାଂଲାଦେଶର ରାଜଧାନୀ ଢାକାର ବିଭିନ୍ନ ଅଂଚଳରେ ଦୁଇହଜାରରୁ ଅଧିକ ବିକ୍ଷୋଭକାରୀ ଏକତ୍ର ହୋଇଛନ୍ତି ।