ଢାକା, 24 ଅଗଷ୍ଟ - ବାଂଲାଦେଶର 11ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । କୁମିଲା ଓ ଚଟ୍ଟୋଗ୍ରାମରେ ଗୁମତୀ ଓ ହଲ୍ଦା ନଦୀ କୂଳ ଅଂଚଳ ଗୁଡିକ ଭାସିଯାଇଛି । କମିଲା ଓ ଚଟ୍ଟୋଗ୍ରାମ ସହିତ 11 ଜିଲ୍ଲାରେ 44ଲକ୍ଷ ଲୋକ ଫସିରହିଛନ୍ତି । ଏହି ଜଳ ପ୍ରଳୟରେ 15ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, କମିଲାରେ 4, ଚଟ୍ଟୋଗ୍ରାମରେ 4, ଫେନୀରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ଅଂଚଳରେ 7ଟି ନଦୀର ଜଳସ୍ତର ଏବେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ହଜାର ହଜାର ଲୋକଙ୍କ ମୋବାଇଲ ଫୋନ ଅଚଳ ହୋଇଛି । 12ଟି ଜିଲ୍ଲାରେ 1807 ମୋବାଇଲ ଟାୱାର ଖରାପ ହୋଇଯାଇଛି । ବିଭିନ୍ନ ଜିଲ୍ଲାର 77ଟି ଉପଜିଲ୍ଲା ଜଳମଗ୍ନ ହୋଇଛି । ଗୁମଟି ନଦୀକୂଳ ଅଂଚଳ ଭାସିଯାଇଥିବାରୁ ପ୍ରାୟ 5ଲକ୍ଷ ଲୋକ ଫସିରହିଛନ୍ତି ।