ୱାଂଶିଟନ- ସଂଯୁକ୍ତ ରାଷ୍ଟ୍ର ଆମେରିକାର ଟେକ୍ସାସର ଏକ ସଂଘୀୟ ନ୍ୟାୟଧୀଶ ସୋମବାର ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନଙ୍କୁ ଝଟ୍କା ଦେଇ ତାଙ୍କ ଗୁରୁତ୍ୱପୂର୍ଣ୍ଣ ସାମାଜିକ କାର୍ଯ୍ୟକ୍ରମ ଉପରେ ଅସ୍ଥାୟୀ ଭାବେ ରୋକ ଲଗାଇଛନ୍ତି । ଏହି କାର୍ଯ୍ୟକ୍ରମ ଆମେରିକାରେ ରହୁଥିବା ଆମେରିକୀୟମାନଙ୍କୁ ବିବାହ କରିଥିବା ଅଣ-ଦସ୍ତାବିଜୀ ଲୋକଙ୍କ ପାଇଁ ଆଇନଗତକରଣକୁ ସହଜ କରିଥିଲା । ଦ ନ୍ୟୁୟର୍କ ଟାଇମ୍ସ ନିଜ ରିପୋର୍ଟରେ ଏହି ସୂଚନା ଦେଇଛି ।