ନୂଆଦିଲ୍ଲୀ, 1 ଡିସେମ୍ବର ସାର୍ବଜନୀନ କ୍ଷେତ୍ରରେ ପେଟ୍ରୋଲିୟମ କମ୍ପାନୀଗୁଡିକ ଶୁକ୍ରବାର ବିମାନ ଟରବାଇନ ଇନ୍ଧନ ମୂଲ୍ୟରେ 4.6 ପ୍ରତିଶତ ହ୍ରାସ କରିଛନ୍ତି । ଏହି ନୂଆ ମୂଲ୍ୟ ଆଜିଠାରୁ ଲାଗୁ ହୋଇଛି ।
ସାର୍ବଜନୀନ କ୍ଷେତ୍ରରେ ପେଟ୍ରୋଲିୟମ କମ୍ପାନୀର ଅଧିସୂଚନା ମୁତାବକ ରାଜଧାନୀ ଦିଲ୍ଲୀରେ ଏଟିଏଫର ମୂଲ୍ୟ ହ୍ରାସ ପାଇ ପ୍ରତି କିଲୋଲିଟର ପିଛା 1,06,155,67 ଟଙ୍କା ହୋଇଛି । ଯାହାକି ପୂର୍ବରୁ 1,11,344,92 ଟଙ୍କା ଥିଲା । ଏହା ପୂର୍ବରୁ ପେଟ୍ରୋଲିୟମ କମ୍ପାନିଗୁଡିକ ଦୀପାବଳି ପୂର୍ବରୁ ଏଟିଏଫ ମୂଲ୍ୟ ପ୍ରତି କିଲୋଲିଟର ପିଛା 6,854,25 ଟଙ୍କା ଅର୍ଥାତ 5.8 ପ୍ରତିଶତ ହ୍ରାସ କରିଥିଲେ ।