ନୂଆଦିଲ୍ଲୀ, 24 ଅଗଷ୍ଟ - ଭାରତୀୟ ବ୍ୟାଟ୍ସମ୍ୟାନ ଶିଖର ଧାୱନ ଶନିବାର ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । 38 ବର୍ଷୀୟ ଶିଖର ଧାୱନ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ନିଜ ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି ।
ଧାୱନ ନିଜ ଅଫିସିଆଲ ଇନଷ୍ଟାରେ କହିଛନ୍ତି ଯେ, ମୁଁ ଏକ ଏଭଳି ସ୍ଥାନରେ ଠିଆ ହୋଇଛି, ଯେଉଁଠୁ ପଛକୁ ଦେଖିଲେ, ମୋତେ କେବଳ ସ୍ମୃତି ଓ ଏକ ନୂଆ ଜୀବନ ଦେଖାଯାଉଛି । ଭାରତ ପାଇଁ ଖେଳିବା ସବୁବେଳେ ମୋର ସ୍ୱପ୍ନ ଥିଲା ଏବେ ମୋତେ ଏହାକୁ ବଂଚିବାର ସୁଯୋଗ ମିଳିଲା । ମୁଁ ଏଥିପାଇଁ ବହୁତ ଲୋକଙ୍କୁ ଧନ୍ୟବାଦ ଜଣାଉଛି । ସର୍ବପ୍ରଥମେ ମୋର ପରିବାର, ମୋର ପିଲାବେଳର କୋଚ ଓ ମୋର ଟିମ ଯେଉଁମାନଙ୍କ ସହ ମୁଁ ଅନେକ ବର୍ଷ ଧରି ଖେଳିଲି । ମୋତେ ଏକ ନୂଆ ପରିବାର, ସମ୍ମାନ ଓ ଭଲପାଇବା ମିଳିଲା । କିନ୍ତୁ କୁହାଯାଏ ଆଗକୁ ବଢିବା ପାଇଁ ଆପଣଙ୍କୁ ପୃଷ୍ଟା ଓଲଟାଇବାର ଆବଶ୍ୟକତା ରହିଛି । ମୁଁ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରୁଛି । ମୋର କ୍ରିକେଟ ଯାତ୍ରାକୁ ଅଲବିଦା କହୁଛି ।