ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ ପ୍ୟାରିସ ଅଲମ୍ପିକ 2024ରୁ ବାହାର କରାଯିବା ମାମଲାରେ ବୁଧବାର ଭାରତୀୟ ଅଲମ୍ପିକ ସଂଘର ଅଧ୍ୟକ୍ଷ ପିଟି ଉଷାଙ୍କ ସହ କଥା ହୋଇଛନ୍ତି । ସୂତ୍ର ମୁତାବକ ପ୍ରଧାନମନ୍ତ୍ରୀ ଆଇଓଏ ଅଧ୍ୟକ୍ଷ ପିଟି ଉଷାଙ୍କ ସହ କଥା ହୋଇ ତାଙ୍କୁ ଏହି ପ୍ରସଙ୍ଗରେ ପ୍ରତ୍ୟକ୍ଷ ତଥ୍ୟ ମାଗିବା ସହ ଭିନେଶଙ୍କ ପରାଜୟ ପରେ ଭାରତ ନିକଟରେ କଣ ବିକଳ୍ପ ରହିଛି, ଏହା ଉପରେ ତଥ୍ୟ ନେଇଛନ୍ତି । ସେ ଆଇଓଏ ପ୍ରମୁଖଙ୍କ ଠାରୁ ଭିନେଶଙ୍କ ମାମଲାରେ ସହାୟତା ପାଇଁ ସମସ୍ତ ବିକଳ୍ପ ଉପରେ ବିଚାର କରିବାକୁ କହିଛନ୍ତି । ପ୍ରଧାନମନ୍ତ୍ରୀ ପିଟି ଉଷାଙ୍କୁ ଭିନେଶଙ୍କ ସହାୟତା ପାଇଁ ତାଙ୍କ ଅଯୋଗ୍ୟତା ସଂପର୍କରେ ଭାରତ ପକ୍ଷରୁ କଡା ବିରୋଧ କରିବାକୁ ବି ଅନୁରୋଧ କରିଛନ୍ତି ।