-ଡ. ସମନ୍ୱୟ ନନ୍ଦ -
ୟୁପିଏ ଶାସନକାଳରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିବା ଏକେ ଅଂଟୋନୀ ନିଜେ ସ୍ୱୀକାର କରିଥିଲେ ଯେ ଭାରତ ସରକାର ତାର ସୀମାବର୍ତୀ ଅଂଚଳ ମାନଙ୍କରେ ଭିତିଭୂମିର ବିକାଶ ଜାଣି ଶୁଣି କରୁ ନାହିଁ । ଏହାର ସେ କାରଣ ମଧ୍ୟ ଦର୍ଶାଇଥିଲେ । ସେ କହିଥିଲେ ଯେ ଯଦି ଭାରତ ତାର ସୀମାବର୍ତୀ ଅଂଚଳ ମାନଙ୍କରେ ରାସ୍ତା, ପୋଲ ହେଲିପ୍ୟାଡ ଭଳି ଭିତିଭୂମିର ବିକାଶ କରେ ଓ ଚୀନ ଭାରତ ଉପରେ ଆକ୍ରମଣ କରେ ତେବେ ଚୀନ ଏହି ଭଲ ଭିତିଭୂମିକୁ ବ୍ୟବହାର କରି ଭାରତ ଭିତରକୁ ଶୀଘ୍ର ପ୍ରବେଶ କରିବ । ତେଣୁ ଭାରତ ସରକାର ଜାଣି ଶୁଣି ସୀମାବର୍ତୀ ଅଂଚଳ ମାନଙ୍କରେ ଭିତିଭୂମିର ବିକାଶ କାର୍ଯ୍ୟ କରୁ ନାହାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଯେ ଶ୍ରୀ ଅଂଟୋନୀ ଏହି ବକ୍ତବ୍ୟ ଅନ୍ୟ କୌଣସି ସ୍ଥାନରେ ନୁହେଁ ବରଂ ଦେଶର ସଂସଦରେ ଦେଇଥିଲେ, ଯାହା ସଂସଦର ବିବରଣୀର ରେକର୍ଡରେ ଅଛି । ଏହାକୁ କେହି ମଧ୍ୟ ଦେଖି ଓ ଶୁଣି ପାରିବେ । କେବଳ ସେତିକି ନୁହେଁ ୟୁପିଏ ଶାସନକାଳରେ ଗଣମାଧ୍ୟମରେ ବାରମ୍ବାର ଏହି ଖବର ଆସୁଥିଲା ଯେ ଦେଶରେ ଗୋଳାବାରୁଦ ମାତ୍ରା କମ ଅଛି । ଏହାର ଅଭାବ ଦେଖା ଦେଇ ପାରେ । ମୋଟ ଉପରେ ଏ ସମ୍ପର୍କରେ ଉଲ୍ଲେଖ କରାଯିବାର ଉଦ୍ଦେଶ୍ୟ ହେଲା ଯେ, ୨୦୧୪ ପୂର୍ବରୁ କେନ୍ଦ୍ରରେ ଥିବା ସରକାର ଦେଶର ସୁରକ୍ଷାକୁ କେତେ ଗୁରୁତ୍ୱ ପ୍ରଦାନ କରୁଥିଲେ ସେ ବିଷୟରେ ଧାରଣା ତିଆରି କରିବା ।
ଏହା ପରେ ୨୦୧୪ ମସିହାରେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ । ତାଙ୍କର ସବୁଠାରୁ ପ୍ରଥମ କାମ ଥିଲା ଯେ ସୀମାବର୍ତୀ ଅଂଚଳରେ ଭିତିଭୂମିର ବିକାଶ କରିବା । ଏଇଥି ପାଇଁ ମୋଦୀ ସରକାର ୨୦୧୪-୧୫ ଆର୍ôଥକ ବର୍ଷର ପ୍ରଥମ ବଜେଟ ସମୟରୁ ଆବଶ୍ୟକ ମାତ୍ରାରେ ଅର୍ଥ ଆବଂଟନ କରିବା ଆରମ୍ଭ କରି ଦେଇଥିଲେ, ଯାହା ବର୍ତମାନ ସୁଦ୍ଧା ଜାରୀ ରହିଛି । ଏହା ବାଦ ବଦଳୁଥିବା ସମୟ ଅନୁସାରେ ସେନାର ଆଧୁନିକୀକରଣ କରିବା, ପ୍ରତିରକ୍ଷା କ୍ଷେତ୍ରକୁ ଧୀରେ ଧୀରେ ଆତ୍ମ ନିର୍ଭର କରିବା ନେଇ ମଧ୍ୟ ସେ କାମ ଆରମ୍ଭ କରିଥିଲେ । ଏହାର ଫଳାଫଳ ମଧ୍ୟ ଏବେ ଧୀରେ ଧୀରେ ଦେଖିବାକୁ ମିଳୁଛି ।
କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ôଥକ ବର୍ଷ ପାଇଁ ଯେଉଁ ଅନ୍ତରୀଣ ବଜେଟ ଆଗତ କରିଛନ୍ତି ସେଥିରେ ପ୍ରତିରକ୍ଷା ବଜେଟର ପରିମାଣ ୬,୨୧,୫୪୦.୮୫ କୋଟି ରହିଛି । ମୋଟ କେନ୍ଦ୍ରୀୟ ବଜେଟର ଏହା ହେଉଛି ୧୩.୦୪ ପ୍ରତିଶତ । ବର୍ତମାନର ଭୂ ରାଜନୈତିକ ସ୍ଥିତି ଅନୁସାରେ ଭାରତକୁ ଶକ୍ତିଶାଳୀ କରିବା ସହ ଆତ୍ମ ନିର୍ଭର ଭାରତ ସହ ପ୍ରତିରକ୍ଷା କ୍ଷେତ୍ରରେ ଭାରତରୁ ରପ୍ତାନୀ ପରିମାଣକୁ ବଢାଇବା ଉଦ୍ଦେଶ୍ୟ ନେଇ ଏହି ଅନ୍ତରୀଣ ବଜେଟରେ ଆର୍ôଥକ ବ୍ୟବସ୍ଥା କରାଯାଇଛି ।
ଆତ୍ମ ନିର୍ଭରତାକୁ ପ୍ରୋତ୍ସାହିତ କରିବାକୁ ପୁଂଜିଗତ ବ୍ୟୟରେ ଲଗାତାର ବୃଦ୍ଧି କରାଯାଉଛି । ଯଦି ୨୦୨୪-୨୫ ବିତ୍ତୀୟ ବର୍ଷରେ ପ୍ରତିରକ୍ଷା କ୍ଷେତ୍ରରେ ବଜେଟ ଆବଂଟନ ୧.୭୨ ଲକ୍ଷ କୋଟି ଟଙ୍କା କରାଯାଇଛି । ଏହା ୨୦୨୨-୨୩ ଆର୍ôଥକ ବର୍ଷର ବାସ୍ତବିକ ବ୍ୟୟ ଠାରୁ ୨୦. ୨୩ ପ୍ରତିଶତ ଅଧିକ ଓ ୨୦୨୩-୨୪ ଆର୍ôଥକ ବର୍ଷର ସଂଶୋଧିତ ଆବଂଟନରୁ ୯.୪୦ ପ୍ରତିଶତ ଅଧିକ । ବଜେଟରେ ଏହି ଆବଂଟନ ଜରିଆରେ ସଶସ୍ତ୍ର ବଳଙ୍କୁ ଅତ୍ୟାଧୁନିକ, ସ୍ୱତନ୍ତ୍ର ଟେକ୍ନୋଲଜି ବିଶିଷ୍ଟ ଘାତକ ଅସ୍ତ୍ର ଶସ୍ତ୍ର, ଲଢୁଆ ବିମାନ, ଜାହାଜ, ପ୍ଲାଟଫର୍ମ, ମାନବ ରହିତ ଆକାଶରେ ବାହନ ଓ ଡ୍ରୋନ ଆଦିରେ ସଜ୍ଜିତ କରିବାକୁ ସହାୟକ ହେବ ।
ଅନ୍ୟ ଦେଶ ମାନଙ୍କ ଉପରେ ଭାରତର ନିର୍ଭରତା କମ କରିବା ଉଦ୍ଦେଶ୍ୟରେ ମୋଦୀ ସରକାର ଆତ୍ମନିର୍ଭର ଭାରତ ପାଇଁ ମଧ୍ୟ ଲଗାତାର କାମ କରୁଛନ୍ତି । ଏଥିରେ ଭାରତର ପ୍ରତିରକ୍ଷା କ୍ଷେତ୍ର ମଧ୍ୟ ସର୍ବାଗ୍ରେ ରହିଛି । ଏହାର ମୂଳ ଲକ୍ଷ୍ୟ ହେଲା ଯେ ଭାରତରେ ପ୍ରତିରକ୍ଷା ଉପକରଣ ଗୁଡିକର ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଓ ବିଦେଶରୁ ଆମଦାନୀ ଉପରେ ନିର୍ଭରତାକୁ କମ କରିବା । ସରକାରଙ୍କ ଏହି ପ୍ରୟାସକୁ ସଫଳତା ମଧ୍ୟ ମିଳିଛି । ମେକ ଇନ ଇଂଡିଆ କାର୍ଯ୍ୟକ୍ରମ ଜରିଆରେ ଭାରତ ସରକାର ପ୍ରତିରକ୍ଷା ଉପକରଣକୁ ଭାରତରେ ଉତ୍ପାଦନ ପାଇଁ ନୀତିରେ ଅନେକ ପରିବର୍ତନ ଆଣିଛନ୍ତି । ପ୍ରତିରକ୍ଷା ଉପକରଣ ଓ ଅନ୍ୟ ସାମଗ୍ରୀର ଦେଶର ବିକାଶ ଓ ଉତ୍ପାଦନ ଏହି କାରଣରୁ ଧୀରେ ଧୀରେ ବଢିବାରେ ଲାଗିଛି । ଆଧିୁନିକୀକରଣ ବାବଦରେ ଆବଂଟିତ କରାଯାଇଥିବା ଧନରାଶି ମଧ୍ୟ ଅଧିକାଂଶ ସ୍ୱଦେଶରେ ନିର୍ମିତ ପ୍ରତିରକ୍ଷା ଉପକରଣ କ୍ରୟରେ ଖର୍ଚ ହେଉଛି ।
ଦେଶକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମ ନିର୍ଭର କରିବାକୁ ହେଲେ ସ୍ୱଦେଶୀ ଜ୍ଞାନକୌଶଳ ଆବଶ୍ୟକ । ଏଥି ପାଇଁ ଅନୁସନ୍ଧାନ ଆବଶ୍ୟକ । ଅନୁସନ୍ଧାନ ପାଇଁ ଅର୍ଥର ଆବଶ୍ୟକତା ରହିଛି । ଏହି ବଜେଟରେ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ପାଇଁ ବଜେଟ ଆବଂଟନକୁ ବଢା ଯାଇ ୨୩, ୮୫୫ କୋଟି ଟଙ୍କା କରାଯାଇଛି । ଏହି ଆବଂଟନରୁ ମଧ୍ୟ ୧୩,୨୦୮ କୋଟି ଟଙ୍କାର ବଡ ଅଂଶ ପୁଂଜିଗତ ବ୍ୟୟ ପାଇଁ ନିର୍ଧାରିତ କରାଯାଇଛି । ଏହା ଦ୍ୱାରା ଡିଆରଡିଓ ଆଗାମୀ ଦିନରେ ମୌଳିକ ଅନୁସନ୍ଧାନ ଉପରେ କାର୍ଯ୍ୟ କରି ପାରିବ । ଟେକ୍ନୋଲଜି ବିକାଶ ଫଣ୍ଡ (ଟିଡିଏଫ)ର ବ୍ୟବସ୍ଥା କରାଯାଇଛି ଯାହା ବିଶେଷ ଭାବେ ନୂଆ ଷ୍ଟାର୍ଟ ଅପ୍, ଏମଏସଏମଇ ଓ ଶିକ୍ଷାବିତ ମାନଙ୍କ ପାଇଁ ଡିଜାଇନ କରାଯାଇଛି । ଏହା ଦ୍ୱାରା ଇନୋଭେସନରେ ଆଗ୍ରହ ରଖୁଥିବା ଯୁବ ପ୍ରତିଭାଶାଳୀ ଯୁବକ ମାନଙ୍କୁ ଡିଆରଡିଓ ସହଯୋଗରେ ପ୍ରତିରକ୍ଷା କ୍ଷେତ୍ରରେ ଆକର୍ଷିତ କରାଯାଇ ପାରିବ । ସେହିପରି ବଜେଟରେ ଡିପ ଟେକ୍ ପାଇଁ ଏକ ଲକ୍ଷ କୋଟି ଟଙ୍କାର କର୍ପସ ପାଂଠି ଘୋଷଣା ଫଳରେ ପ୍ରତିରକ୍ଷା କ୍ଷେତ୍ରରେ ଇନୋଭେସନକୁ ପ୍ରୋତ୍ସାହନ ମିଳିବ ।
୨୦୨୪-୨୫ ପାଇଁ ବଜେଟ ଆକଳନରେ ଭାରତୀୟ ପ୍ରତିରକ୍ଷା ବାହିନୀର ଆଧୁନିକୀକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ସେନାର ଆଧୁନିକୀକରଣ ବାବଦକୁ ୧୪୧,୧୬୦.୯ କୋଟି ଟଙ୍କାର ଆବଂଟନ କରାଯାଇଛି ।୨୦୨୩-୨୪ ରେ ଏହି ବାବଦରେ ୨୦୨୩-୨୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା । ଏହା ୨୦୨୩-୨୪ ତୁଳନାରେ ଆଧୁନିକୀକରଣ ବାବଦରେ ୫.୫୨ ପ୍ରତିଶତ ଅଧିକ ବ୍ୟୟବରାଦ କରାଯାଇଛି ।
ଭାରତ- ତିବ୍ୱତ (ଚୀନ) ସୀମାରେ ଲଗାତାର ବିପଦ ରହିଥିବା ଆଶଙ୍କା ରହିଛି । ମୋଦୀ ସରକାର ସୀମାବର୍ତୀ ଅଂଚଳରେ ସଡକ ଓ ପୋଲ ନିର୍ମାଣ ଆଦି କାର୍ଯ୍ୟ ତୀବ୍ର ଗତିରେ ଗତ ଦଶ ବର୍ଷ ହେଲାଣି କରି ଆସୁଛନ୍ତି । ଏହି ବଜେଟରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି । ଏହି ଅନ୍ତରୀଣ ବଜେଟ ସୀମା ସଡକ ସଂଗଠନ (ବିଆରଓ) ପାଇଁ ପୁଂଜିଗତ ବଜେଟ ଆବଂଟନରେ ଭାରୀ ବୃଦ୍ଧି କରାଯାଇ ୨୦୨୪-୨୫ ପାଇଁ ୬୫୦୦ କୋଟି ଟଙ୍କା କରାଯାଇଛି । ଏହା ଗତ ବର୍ଷ ତୁଳନାରେ ୩୦ ପ୍ରତିଶତ ଅଧିକ । ଏହି ଆବଂଟନ ସୀମାରେ ମୌଳିକ ଭିତିଭୂମି ସୁଧାରରେ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ୧୩, ୭୦୦ ଫୁଟ ଉଚ୍ଚରେ ଲଦାଖରେ ନ୍ୟୋମା ଏୟାର ଫିଲ୍ଡର ବିକାଶ , ଅଣ୍ଡାମାନ ନିକୋବର ଦ୍ୱୀପପୁଂଜର ସବୁଠାରୁ ଦକ୍ଷିଣରେ ଥିବା ଅଂଚଳ ପାଇଁ ସ୍ଥାୟୀ ପୋଲ କନେକ୍ଟିଭିଟି, ହିମାଚଳ ପ୍ରଦେଶରେ ରଣନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ୪.୧ କିମି ବ ବ୍ୟାପ୍ତ ଶିଙ୍କୁ ଲା ସୁଡଙ୍ଗ, ଅରୁଣାଚଳ ପ୍ରଦେଶରେ ନେଚିଫୁ ସୁଡଙ୍ଗ ଓ ଅନ୍ୟ ଗୁରୁତ୍ୱପୂର୍ଣ ପ୍ରକଳ୍ପର କାମ ଏହି ଆବଂଟିତ ଧନରାଶିରେ ସମ୍ପୂର୍ଣ କରାଯିବ ।
ତେଣୁ ମୋଟ ଉପରେ କହିବାକୁ ଗଲେ ମୋଦୀ ସରକାର ଆସିବା ପର ଠାରୁ ପାଖାପାଖି ଦଶ ବର୍ଷ ହେଲା ପ୍ରତିରକ୍ଷା କ୍ଷେତ୍ର ପାଇଁ ଯେଉଁ କାର୍ଯ୍ୟ କରି ଆସୁଛି ତାକୁ ଆଗକୁ ବଢାଇବାକୁ ଏହି ଅନ୍ତରୀଣ ବଜେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରା ଯାଇଛି । ମୋଦୀ ସରକାର କ୍ଷମତାରେ ଆସିବା ପର ଠାରୁ ବିଭିନ୍ନ ଦେଶ ସହ ସ୍ଥଳ ଭାଗରେ ଲାଗିଥିବା ସୀମା ତଥା ସାମୁଦ୍ରିକ ସୀମାର ଭିତିଭୂମିକୁ ସୁଦୃଢ କରିବାକୁ ଲଗାତାର କାର୍ଯ୍ୟ କରି ଆସିଛି । ଅନ୍ତରୀଣ ବଜେଟରେ ମଧ୍ୟ ଏହା ଉପରେ ବିଶେଷ ଧ୍ୟାନ ଦିଆଯାଇ ସେହି ଧାରାକୁ ଆଗକୁ ନିଆଯାଇଛି । ଏହା ବାଦ ସେନାବାହିନୀର ଆଧୁନିକୀକରଣ ଓ ବିଭିନ୍ନ ସୈନ୍ୟ ଉପକରଣ ଦୃଷ୍ଟିରୁ ଆତ୍ମ ନିର୍ଭର ହେବାର ଲକ୍ଷ୍ୟ ନେଇ ସରକାରଙ୍କ ପ୍ରତିବଦ୍ଧତା ରହିଥିବାର ପ୍ରତିଫଳନ ଏହି ଅନ୍ତରୀଣ ବଜେଟରେ ସ୍ପଷ୍ଟ ଦେଖିବାକୁ ମିଳୁଛି ।
(୨୨.୦୨.୨୦୨୪)