Latest News

କତାର ପ୍ରସଙ୍ଗ : ବୈଶ୍ୱିକ ଜଗତରେ ଭାରତର ବଢୁଥିବା ପ୍ରଭାବର ଉଦାହରଣ

Feb 17, 2024
Odishakhabar:

ଡ. ସମନ୍ୱୟ ନନ୍ଦ 

ଅନେକ ଙ୍କର ମନେ ଥିବ ୧୯୯୫ ମସିହାରେ ପଶ୍ଚିମ ବଙ୍ଗର ପୁରୁଲିଆ ଜିଲ୍ଲାରେ ଆକାଶରୁ ଅସ୍ତ୍ର ଶସ୍ତ୍ର ପକାଯାଇଥିଲା । ଏହା ସେତେବେଳେ ଦେଶକୁ ଦୋହଲାଇ ଦେଇଥିଲା  ଏହା ଏକ ପ୍ରକାର ଭାରତ ବିରୁଦ୍ଧରେ ଯୁଦ୍ଧ ଥିଲା । ଏହି ମାମଲାରେ ଜାଂଚ ପରେ ଜଣେ ବ୍ରିଟିଶ ନାଗରିକ ପିଟର ବ୍ଲିଚ ଗିରଫ ହୋଇଥିଲା । ନ୍ୟାୟାଳୟ ଏହି ମାମଲାରେ ଶୁଣାଣୀ ପରେ ତାକୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଠ ବର୍ଷ ଜେଲରେ ରହିବା ପରେ ବ୍ରିଟେନ ସରକାରଙ୍କ ଦ୍ୱାରା ଭାରତ ଉପରେ ଚାପ କାରଣରୁ ତାଙ୍କୁ ତାଙ୍କୁ ଛାଡି ଦିଆ ଯାଇଥିଲା । 

ଏହି ଘଟଣା ଏକ ଉଦାହରଣ ମାତ୍ର । ଭାରତର ଲୋକ ମାନେ ଅତୀତରେ ଦେଖିଛନ୍ତି ଆମେରିକା, ବ୍ରିଟେନ ଭଳି ଦେଶ ମାନେ ତାଙ୍କର ଦେଶର ନାଗରିକ ମାନେ ଅନ୍ୟ କୌଣସି ଦେଶରେ କୌଣସି ଅପରାଧରେ ଫସିଗଲେ ସୁଦ୍ଧା ଉକ୍ତ ଦେଶ ଉପରେ ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରି ସେମାନଙ୍କର ନାଗରିକ ମାନଙ୍କୁ ମୁକୁଳାଇବାରେ ସଫଳ ହୋଇଥାନ୍ତି । ନିଜ ଦେଶର ନାଗରିକ ମାନଙ୍କୁ ଅନ୍ୟ କୌଣସି ଦେଶରୁ ମୁକୁଳାଇବାରେ ସଫଳତା ହାସଲ କରିବା ଏକ ଶକ୍ତିଶାଳୀ ଓ ପ୍ରଭାବଶାଳୀ ଦେଶର ଲକ୍ଷଣ ବୋଲି ମନେ କରାଯାଏ । କୌଣସି ଦୁର୍ବଳ ଓ ବିଶ୍ୱ ରାଜନୀତିରେ ପ୍ରଭାବହୀନ ଦେଶ ମାନଙ୍କ ପକ୍ଷରେ ଏପରି କରିବା ସମ୍ଭବ ହୋଇ ନ ଥାଏ । ଏପରି  ଦେଶଙ୍କ ଗଣତି ବିଶ୍ୱ ରାଜନୀତିରେ ଦୁର୍ବଳ ଦେଶ ଭାବେ ହୋଇଥାଏ ।

 ଭାରତ ଗତ ପାଖାପାଖି ଏକ ଦଶନ୍ଧି ମଧ୍ୟରେ ଏହି ମାମଲାରେ ଗୋଟିଏ ନିଜରୁ ସ୍ଥାନକୁ ଦୁର୍ବଳ ଦେଶରୁ ଶକ୍ତିଶାଳୀ ଦେଶ ଭାବେ କରି ପରିଚିତ କରାଇ ପାରିଛି । ଗତ କିଛି ଦିନ ତଳେ ଇସଲାମୀ ଦେଶ କତାରରୁ ଫାସୀ ଦଣ୍ଡାଦେଶ ପାଇଥିବା ଭାରତର ପୂର୍ବତନ ସୈନ୍ୟ ଅଧିକାରୀ ମାନଙ୍କୁ ଭାରତ ସରକାର ସକୁଶଳ ସ୍ୱଦେଶ ଫେରାଇବାରେ ସଫଳ ହୋଇଥିଲେ ।

 ଇସଲାମୀ ଦେଶ କତାରରେ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀ ମାନଙ୍କୁ ଅ ୨୦୨୨ ମସିହାରେ ଫାସୀ ଦଣ୍ଡାଦେଶ ଦିଆଯାଇଥିଲା । ଏମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଥିଲା ତାହା ଭିତିହୀନ ଥିଲା । ସେମାନେ ସେଠାରେ ଏକ ପ୍ରକଳ୍ପରେ କାର୍ଯ୍ୟ କରୁଥିଲେ । ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦକୁ ଗୁପ୍ତ ତଥ୍ୟ ଦେଉଥିବା ନେଇ ମିଥ୍ୟା ଅଭିଯୋଗ ତାଙ୍କ ବିରୁଦ୍ଧରେ କରାଯାଇ ସେମାନଙ୍କୁ ଫାସି ଦଣ୍ଡ ଦିଆଯିବାକୁ ଘୋଷଣା କରାଯାଇଥିଲା । 

କତାର ହେଉଛି ଏକ କଟ୍ଟରପନ୍ଥୀ ଇସଲାମୀ ଦେଶ । ସାଉଦୀ ଆରବ ଯେଉଁ ଠାରେ ଇସଲାମର ଜନ୍ମ ହୋଇଛି ତାହା ଧୀରେ ଧୀରେ ଉଦାର ହେବାକୁ ଚେଷ୍ଟା କରୁଥିବା ବେଳେ କତାର ଧୀରେ ଧୀରେ ଆହୁରି କଟ୍ଟର ହେଉଛି । ଏହି କଟ୍ଟରପନ୍ଥୀ ଇସଲାମୀ ଦେଶ କତାର ହମାସ ଭଳି ଆତଙ୍କବାଦୀ ସଂଗଠନକୁ ଖୋଲାଖୋଲି ଭାବେ ସମର୍ଥନ କରିଥାଏ ତଥା ବାକ୍ ସ୍ୱାଧୀନତା ନାମରେ ଆତଙ୍କବାଦର ପ୍ରଚାର ପ୍ରସାର କରୁଥିବା ଅଲ ଜଜିରା ଭଳି ଗଣମାଧ୍ୟମ ସଂସ୍ଥାକୁ ଚଳାଇଥାଏ । । ଏହି ଦେଶ ଇସ୍ରାଏଲର ଘୋର ବିରୋଧୀ । ହମାସ ଦ୍ୱାରା ଇସ୍ରାଏଲ ଉପରେ ବର୍ବର ଆକ୍ରମଣ କରାଯିବା ପରେ ଭାରତ ଖୋଲାଖୋଲି ଭାବେ ଇସ୍ରାଏଲ ସପକ୍ଷରେ ବକ୍ତବ୍ୟ ଦେଇ ଆତଙ୍କବାଦକୁ କଡା ଭାଷାରେ ନିନ୍ଦା କରିଥିଲା । ଭାରତର ଇସ୍ରାଏଲ ସମ୍ପର୍କରେ ପରିବର୍ତିତ ଆଭିମୁଖ୍ୟ କାରଣରୁ କତାରକୁ ନିଶ୍ଚିତ ଭାବେ କଷ୍ଟ ହୋଇଥିବ । ଏହା ବାଦ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇର ମଧ୍ୟ କତାରରେ ଭଲ କାମ ଅଛି । ଭାରତକୁ ହଇରାଣରେ ପକାଇବା ଆଇଏସଆଇର ମୁଖ୍ୟ ଉଦ୍ଦେଶ୍ୟ । ଭାରତରେ ରହୁଥିବା କଟ୍ଟରପନ୍ଥୀ ଇସଲାମିଷ୍ଟ ମାନେ ମଧ୍ୟ ଭାରତର ବର୍ତମାନ ଶାସକଙ୍କୁ ହଟାଇବା ପାଇଁ ବିଦେଶୀ ଶକ୍ତି ମାନଙ୍କର ସହଯୋଗ ନେଉଥିବା ମଧ୍ୟ ଅଭିଯୋଗ ରହିଛି । ତେବେ ଯେ କୌଣସି କାରଣ ହେଉ ନା କାହିଁକି କତାରର ଇସଲାମୀ ଶାସନ ଭାରତର ଏହି ନୌସେନାର ପୂର୍ବତନ ଅଧିକାରୀ ମାନଙ୍କୁ ବିନା ଅପରାଧରେ ଗିରଫ କରିବା ସହ ତାଙ୍କର କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡ ଦେଇଥିଲେ । 

ତେବେ କତାରର କୋର୍ଟ ଦ୍ୱାରା ଏହି ଭାରତର ପୂର୍ବତନ ସୈନିକ ମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବା ଭାରତରେ ରହୁଥିବା ଅନେକ ଭାରତ ବିରୋଧୀ ମାନଙ୍କ ପାଇଁ ଏକ ଖୁସି ଖବର ଥିଲା । ସେମାନେ ଗୋଟିଏ ପ୍ରକାର ଖୁସିରେ ନାଚିବାର ଦେଖା ଯାଇଥିଲା । କିଛି ଉଦାହରଣ ଦେଲେ ଏହାକୁ ଭଲ ଭାବେ ବୁଝି ହେବ । 

ଜଫରୁଲ ଇସଲାମ ଖାନ ନାମକ ଜଣେ ଜଣେ ଶୁଣା ଭାରତ ବିରୋଧୀ ଓ କଟ୍ଟର ଇସଲାମିଷ୍ଟ ବ୍ୟକ୍ତି ଅଛନ୍ତି । ସିଏଏ ଆଇନ ପାରିତ ହେବା ପରେ ମଧ୍ୟ ଏସିଆର ଇସଲାମୀ ଦେଶ ମାନଙ୍କ ସହଯୋଗରେ ଭାରତକୁ ଠିକ୍ କରି ଦେବାକୁ ଧମକ ମଧ୍ୟ ଦେଇଥିଲେ । ସେ ଆମ ଆଦମୀ ପାର୍ଟିର ଅତ୍ୟନ୍ତ ପ୍ରିୟ । ଏତେ ପ୍ରିୟ ଯେ କେଜରିୱାଲ ସରକାର ତାଙ୍କୁ ଦିଲ୍ଲୀରେ ସଂଖ୍ୟାଲଘୁ କମିଶନର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ଦେଇଥିଲେ । । 

କତାର ଦ୍ୱାରା ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ ମାନଙ୍କୁ ଫାସି ଦଂଡାଦେଶ ପରେ ଖାନ ତାଙ୍କର ସୋସିଆଲ ମିଡିଆରେ ଲେଖିଥିଲେ, “ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରିଥିବା ଭାରତର ଏହି ନୌସେନାର ପୂର୍ବତନ ଅଧିକାରୀ ମାନଙ୍କ ପ୍ରତି କୌଣସି ପ୍ରକାର ସହାନୁଭୁତି ଦେଖାଇବା ଉଚିତ ନୁହେଁ । ” । 

ଠିକ ସେହିପରି ଆଉ ଏକ ଉଦାହରଣ ଉପରେ ଦୃଷ୍ଟି ପକାଇବା । ନିଜକୁ ଫ୍ୟାକ୍ଟ ଚେକର ବୋଲି ଦାବି କରୁଥିବା ଜୁବୈର ନାମକ ଜଣେ ଭାରତ ବିରୋଧୀ ଓ କଟ୍ଟର ଇସଲାମିଷ୍ଟ ଏହି ଖବର ଆସିବା ପରେ ତାର ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୁରୁଣା ବକ୍ତବ୍ୟକୁ ଉଦ୍ଧୃତ କରି କଟାକ୍ଷ କରି ଲେଖିଥିଲା ଯେ ମୋଦୀ କତାରକୁ ନିଜର ଘର ବୋଲି ମନେ କରନ୍ତି । 

ଇସଲାମିଷ୍ଟ ଜୁବୈର ପରି ବିରୋଧୀ ଦଳ ବିଶେଷ ଭାବେ ଇଣ୍ଡି ମେଂଟର ଦଳର ନେତା ମାନେ ସୋସିଆଲ ମିଡିଆରେ ପ୍ରଶ୍ନ କରିବାରେ ଲାଗିଥିଲେ ଯେ ଏବେ ନରେନ୍ଦ୍ର ମୋଦୀଙ୍କ ୫୬ ଇଂଚର ଛାତି କୁଆଡେ ଗଲା । 

ଏହା ପରେ ମୋଦୀ ସରକାର ଓ ଜୟଶଙ୍କରଙ୍କ ନେତୃତ୍ୱରେ ତାଙ୍କର ଟିମ ସକ୍ରିୟ ହୋଇଥିଲା । ଭାରତର କୂଟନୀତିଜ୍ଞ ମାନେ ବାସ୍ତବରେ କିଭଳି ଏଥିରେ ସଫଳତା ପାଇଲେ ତା ବିଷୟରେ ତ ସମ୍ପୂର୍ଣ ତଥ୍ୟ ବାହାରକୁ ଆସି ନାହିଁ ହେଲେ ପବ୍ଲିକ ଡୋମେନରେ ଯାହା ଯାହା ଅଛି ତା ଉପରେ ଦୃଷ୍ଟି ପକାଇବା । 

 ଏହି ଘଟଣା ପରେ ଭାରତ ଏହି ଇସଲାମୀ ଦେଶ ବିରୁଦ୍ଧରେ ସାମ- ଦାମ ଦଣ୍ଡ- ଭେଦ ପରି ସମସ୍ତ ଉପାୟ ଅବଲମ୍ବନ କରିଥିଲା । କତାର ଏକ ଛୋଟ ଦେଶ ଓ ତା ନିକଟରେ ପ୍ରାକୃତିକ ଗ୍ୟାସର ଭଣ୍ଡାର ରହିଛି । ଏହି ଆଧାରରେ ସେ ଭାରତକୁ ଶିକ୍ଷା ଦେବାକୁ ଚେଷ୍ଟା କରିଥିଲା । ହେଲେ କତାର ତାର ଖାଦ୍ୟ, ଜୀବନ ରକ୍ଷାକାରୀ ଔଷଧ, କାମ କରିବାକୁ ଶ୍ରମ ଶକ୍ତି ସବୁ ପାଇଁ ଭାରତ ଉପରେ ନିର୍ଭରଶୀଳ । ଏହି ଘଟଣା ପରେ ଭାରତ ତାର ପ୍ରାକୃତିକ ଗ୍ୟାସର ଚାହିଦା ମେଂଟାଇବାକୁ ଅନ୍ୟ ଦେଶ ମାନଙ୍କ ସହ କଥାବାର୍ତା ଆରମ୍ଭ କରିଥିଲା । ଖାଦ୍ୟ ସାମଗ୍ରୀ ଓ ଜୀବନ ରକ୍ଷାକାରୀ ଔଷଧ କତାରକୁ ପଠାଇବାରେ ସାମାନ୍ୟ ବିଳମ୍ବ କରିବା ଆରମ୍ଭ କରିଥିଲା । ଏହା କତାରକୁ ସ୍ପଷ୍ଟ ଶବ୍ଦରେ ବାର୍ତା ଥିଲା । ଏହା ବାଦ କୂଟନୈତିକ ସ୍ତରରେ ଏହି ପ୍ରସଙ୍ଗକୁ ଉଠାଯାଇଥିଲା । ଏହାର ଫଳାଫଳ ଏବେ ଆମ ସାମନାରେ ଅଛନ୍ତି । ଭାରତର ପୂର୍ବତନ ସୈନିକ ମାନେ ମୃତ୍ୟୁମୁଖରୁ ସକୁଶଳ ସ୍ୱଦେଶ ପ୍ରତ୍ୟାବର୍ତନ କରି ସାରିଛନ୍ତି । ହେଲେ ଏବେ ବିରୋଧୀ ଦଳର ନେତା ମାନେ ଏହି ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି । ଜୁବୈର ମଧ୍ୟ ବୁଝି ସାରିଛି । ଜଫରୁଲ ଇସଲାମ ଖାନ ମଧ୍ୟ ନୀରବତା ଅବଲମ୍ବନ କରୁଛନ୍ତି । 

ଭାରତରେ କଣ ପରିବର୍ତନ ଆସିଛି ?ନରେନ୍ଦ୍ର ମୋଦୀ ଓ ତାଙ୍କର ଟିମ କଣ କରିଛନ୍ତି ? ଇସଲାମିକ ଷ୍ଟେଟ କବଳରୁ କେରଳର ନର୍ସ ମାନଙ୍କୁ ମୋଦୀ ବାହାର କରି ଆଣିଲେ । ୟେମେନର ଯୁଦ୍ଧ କ୍ଷେତ୍ରରୁ ଭାରତୀୟ ମାନେ ସୁରକ୍ଷିତ ଆସିଲେ । କୁଲଭୁଷଣ ଯାଦଭଙ୍କୁ ପାକିସ୍ତାନ ଆଜି ଯାଏ ଫାସି ଦେଇ ପାରି ନାହିଁ । ଅଭିନନ୍ଦନଙ୍କୁ ପାକିସ୍ତାନକୁ ଫେରାଇବାକୁ ପଡିଛି । ଭାରତୀୟ ମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତନ ପାଇଁ କିଛି ସମୟ ପାଇଁ ରୁଷ-ୟୁକ୍ରେନ ଯୁଦ୍ଧକୁ ବନ୍ଦ କରାଯାଇଥିଲା । ଏବେ କତାରରେ ମୃତ୍ୟୁ ଦଣ୍ଡ ପାଇଥିବା ଭାରତୀୟଙ୍କୁ ସକୁଶଳେ ସ୍ୱଦେଶ ଅଣାଯାଇଛି । ମୋଦୀ କେବଳ ଦେଶର ପ୍ରଧାନମନ୍ତ୍ରୀ ଭାବେ ନୁହେଁ ବରଂ ସାରା ବିଶ୍ୱର ଭାରତର ଅଭିଭାବକ ଭଳି ଦାୟିତ୍ୱ ତୁଲାଇଛନ୍ତି । ବୈଶ୍ୱିକ ସ୍ତରରେ ଭାରତର ଲଗାତାର ବଢୁଥିବା ପ୍ରଭାବର ଏହା ଉଦାହରଣ ନୁହେଁ କି ? 

(୧୬.୦୨.୨୦୨୪)

Related Post