ନୂଆଦିଲ୍ଲୀ- ନିର୍ବାଚନ କମିଶନର 9ଟି ରାଜ୍ୟର 12ଟି ରାଜ୍ୟସଭା ସିଟରେ ଉପନିର୍ବାଚନ କରାଯିବା ନେଇ ଘୋଷଣା କରିଛନ୍ତି । ଏହି ସିଟରେ ସେପ୍ଟେମ୍ବର 3ରେ ମତଦାନ ହେବ ଏବଂ ସେହିଦିନ ହିଁ ଫଳାଫଳ ଆସିବ । ଆସାମ, ବିହାର ଓ ମହାରାଷ୍ଟ୍ରରୁ ଦୁଇଟି ଲେଖାଏଁ ସିଟ ତଥା ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ତେଲେଙ୍ଗାନା ଓ ଓଡିଶାରୁ ଗୋଟିଏ ଗୋଟିଏ ସିଟ ପାଇଁ ମତଦାନ ହେବ । ଓଡ଼ିଶାରୁ ମମତା ମାହନ୍ତା ଜୁଲାଇ 31ରେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ । ଏଥିପାଇଁ ଅଗଷ୍ଟ 14ରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଅଗଷ୍ଟ 27ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସହିତ ନାମାଙ୍କନ ପ୍ରକ୍ରିୟା ଶେଷ ହେବ । ଏହାପରେ ସେପ୍ଟେମ୍ବର 3ରେ ଏହି ସିଟରେ ମତଦାନ ହେବ ।