କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସିଦ୍ଧ ଅର୍ଥନୀତିଜ୍ଞ , ଖ୍ୟାତିପ୍ରାପ୍ତ ଲେଖକ ଏବଂ ସମ୍ମାନିତ ଶିକ୍ଷାବିଦ୍ ଡ଼. ବିବେକ ଦେବରାୟଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଆର୍ଥିକ ନୀତି, ସାହିତ୍ୟ ଏବଂ ଶିକ୍ଷାକ୍ଷେତ୍ରରେ ଡ଼. ଦେବରାୟଙ୍କ ଅବଦାନ ସମ୍ପର୍କରେ ଉଲ୍ଲେଖ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ସେ ଲେଖିଛନ୍ତି ଯେ ଡ଼. ବିବେକ ଦେବରାୟଙ୍କ ପରଲୋକରେ ମୁଁ ଗଭୀର ଦୁଃଖିତ। ଆର୍ଥିକ ପ୍ରସଙ୍ଗ ଗୁଡ଼ିକରେ ତାଙ୍କର ନୀତିଗତ ପରାମର୍ଶ ଏବଂ ଭାରତର ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କର ଜ୍ଞାନବର୍ଧକ ସମ୍ପାଦକୀୟ ଲେଖା ଲକ୍ଷ ଲକ୍ଷ ଲୋଙ୍କୁ ସମୃଦ୍ଧ କରିଥିଲା ଏବଂ ଶିକ୍ଷା ଓ ସାହିତ୍ୟ ଜଗତରେ ସେ ଏକ ଅଲିଭା ଛାପ ସୃଷ୍ଟି କରିଛନ୍ତି ।
ପ୍ରଧାନ ଡ଼. ଦେବରାୟଙ୍କ ପରିବାର ପ୍ରତି ତାଙ୍କର ହାର୍ଦ୍ଦିକ ସମବେଦନା ଜଣାଇଛନ୍ତି ଏବଂ ଦିବଙ୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।