Latest News

ଭାରତୀୟ କୁସ୍ତି ସଂଘର ଚୟନ ଟ୍ରାଏଲ ଉପରେ ରୋକ ପାଇଁ ଦାବି, ହାଇକୋର୍ଟରେ ଆସନ୍ତା ସପ୍ତାହରେ ହୋଇପାରେ ଶୁଣାଣି

Mar 01, 2024
Odishakhabar:

ନୂଆଦିଲ୍ଲୀ- ଭାରତୀୟ କୁସ୍ତି ସଂଘ ପକ୍ଷରୁ ଆୟୋଜିତ ଚୟନ ଟ୍ରାଏଲ ଉପରେ ରୋକ ପାଇଁ ଦାବି କରି ବଜରଙ୍ଗ ପୁନିଆଙ୍କ ସମେତ 4ଜଣ କୁସ୍ତିଯୋଦ୍ଧା ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର କରିଛନ୍ତି । ହାଇକୋର୍ଟ ଆସନ୍ତା ସପ୍ତାହରେ ଏହାର ଶୁଣାଣି କରିପାରନ୍ତି । 

ଦିଲ୍ଲୀ ହାଇକୋର୍ଟରେ ଏହି ପିଟିସନ ବଜରଙ୍ଗ ପୁନିଆଙ୍କ ବ୍ୟତୀତ ବିନେଶ ଫୋଗାଟ, ସାକ୍ଷୀ ମଲିକ ଓ ସତ୍ୟବ୍ରତ କାଦିୟାନ ଦାୟର କରିଛନ୍ତି । ପିଟିସନରେ ଭାରତୀୟ କୁସ୍ତି ସଂଘ ପକ୍ଷରୁ ଏସିଆନ ଅଲମ୍ପିକ କ୍ୱାଲିଫାୟର୍ସ ଆଣ୍ଡ ୱାର୍ଲ୍ଡ ଅଲମ୍ପିକ କ୍ୱାଲିଫାୟର୍ସଙ୍କ ଦ୍ୱିତୀୟ ସିଲେକ୍ସନ ଟ୍ରାଏଲ ପାଇଁ କୁସ୍ତିଯୋଦ୍ଧାଙ୍କ ନିମନ୍ତ୍ରଣକୁ ଚ୍ୟାଲେଞ୍ଜ କରାଯାଇଛି । ପିଟିସନରେ କୁହାଯାଇଛି ଯେ, ଖେଳ ମନ୍ତ୍ରାଳୟ ଭାରତୀୟ କୁସ୍ତି ସଂଘକୁ ନିଲମ୍ବିତ କରିଛି । ଏଭଳି ପରିସ୍ଥିତିରେ ଭାରତୀୟ କୁସ୍ତି ସଂଘ ଟ୍ରାଏଲ ପାଇଁ କୁସ୍ତିଯୋଦ୍ଧାଙ୍କୁ ନିମନ୍ତ୍ରଣ କରିବାର ଅଧିକାର ନାହିଁ । 

Related Post