Latest News

ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ

Jun 06, 2025
Odishakhabar:

 ଚମ୍ପୁଆ, (୦୬/୦୬) ଚମ୍ପୁଆ ବ୍ଲକ୍ ପରିସରରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ପ୍ରତିଯୋଗିତାରେ ଚମ୍ପୁଆ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୧୫ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଓ ଏନଏସି ରୁ ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀ ଅଂଶ ଗ୍ରହଣ କରିଥିଲେ । ଓଡିଶାର ପାରମ୍ପରିକ ଖାଦ୍ୟ ସମ୍ଭାରକୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଭାଗ ନେଇଥିବା ସ୍ୱୟଂ ସହାୟକ ଗୋଷ୍ଠି ସଦସ୍ୟା ମାନେ ବିଭିନ୍ନ ପ୍ରକାର ପାରମ୍ପରିକ ଓଡିଆ ପିଠାପଣା ଓ ଖାଦ୍ୟ ପ୍ରସ୍ତୁତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ଗୋଷ୍ଠି ଉନ୍ନୟନ ଅଧିକାରୀ ସ୍ମୃତି ରଞ୍ଜନ ସାହୁ, ସମ୍ମାନିତ ଅତିଥି ଭାବେ ଏବିଡିଓ ଚୁନୁ ହାଁସଦା, ବିପିସି ହାଡିବନ୍ଧୁ ସୋରେନ, ଜିବିକା ମିଶନ ସଂଯୋଜକ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇଥିଲେ । ପ୍ରତିଯୋଗିତାରେ ବିଚାରକ ଭାବେ ଚମ୍ପୁଆ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ସଞ୍ଜିବନୀ ପଟ୍ଟନାୟକ, ବିଏସଏସଓ ଶ୍ରାବଣୀ ଜେନା ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ଚମ୍ପୁଆ ଏନଏସି ର ଉନ୍ନତି ସ୍ୱୟଂ ସହାୟିକା ଗୋଷ୍ଠି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପଡ଼ୁଆର ମା ସନ୍ତୋଷୀ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱିତୀୟ ହୋଇଥିଲା । ମୁଖ୍ୟ ଅତିଥି ଉଭୟ ଦଳକୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ ।

Related Post