Latest News

ଓଢଣୀରେ ଫାସୀ ଲଗାଇ ମହିଳାଙ୍କ ଆତ୍ମହତ୍ୟା

Jun 08, 2025
Odishakhabar:

 ଚମ୍ପୁଆ, (୦୮/୦୬) ଚମ୍ପୁଆ ଥାନା ଅନ୍ତର୍ଗତ ଚିମିଳା ଗ୍ରାମରେ ଜଣେ ମହିଳା ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି l ମୃତ ମହିଳା ଚିମିଳା ଗ୍ରାମ ର ଗୁରୁଦେବ ମୁଣ୍ଡା ଙ୍କ ସ୍ତ୍ରୀ ରୀତା ମୁଣ୍ଡା (୨୨) । ମିଳିଥିବା ସୂଚନା ଅନୁସାରେ ଗତକାଲି ମଧ୍ୟାହ୍ନ ରେ ଘରେ ଏକୁଟିଆ ଥିବା ସମୟରେ ରିତା ନିଜ ପିନ୍ଧା ଓଢଣି ରେ ଘରଭିତରେ ଫାଶୀ ଲଗାଇ ଦେଇଥିଲେ। ପରିବାର ଲୋକେ ଘରକୁ ଫେରିବା ପରେ ରିତା ଫାଶୀ ଲଗାଇ ଥିବା ଦେଖି ଚମ୍ପୁଆ ପୁଲିସ୍ କୁ ଖବର ଦେଇଥିଲେ । ପୁଲିସ୍ ଘଟଣା ସ୍ଥଳରୁ ମୃତଦେହ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଚାରି ବର୍ଷ ତଳେ ବିବାହ କରିଥିବା ରିତା ଘରୋଇ ସମସ୍ୟା କୁ ନେଇ ଆତ୍ମହତ୍ୟା କରିଥିବା ନେଇ ଅନୁମାନ କରାଯାଉଛି ।

Related Post