ଚମ୍ପୁଆ, (୦୬/୦୬) ଚମ୍ପୁଆ ବ୍ଲକ ଅନ୍ତର୍ଗତ ଜାମୁଦଲକ ଗ୍ରାମରେ ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ ଉଦଯାପିତ ହୋଇଯାଇଛି । ପ୍ରଥମ ଦିବସରେ ଅଧିବାସ ସହ ଘଟ ଆନ୍ନୟନ ପରେ ସ୍ଥାପନ ହୋଇ ନାମ ସଂକୀର୍ତ୍ତନ ଶୁଭାରମ୍ଭ ହୋଇଥିଲା । ଜାମୁଦଲକ କୀର୍ତ୍ତନ ମଣ୍ଡଳୀ କମିଟିର ସ୍ୱରସ୍ୱତୀ ପାତ୍ର, ସୁଭଦ୍ରା ମହାନ୍ତ, ସୁମିତ୍ରା ପ୍ରଧାନ, ୱାର୍ଡ ମେମ୍ବର ଭାରତୀ ପାତ୍ର, ଜସଦା ମୁଣ୍ଡା, ବୀଣାପାଣି ମହାନ୍ତ, ଶଙ୍କର୍ଷଣ ପ୍ରଧାନ ପୂର୍ବତନ ସରପଞ୍ଚ, ଦିଲ୍ଲୀପ କୁମାର ମହାନ୍ତ, ରାଜେନ୍ଦ୍ର ପ୍ରଧାନଙ୍କ ମିଳିତ ପ୍ରଚେଷ୍ଟା ରେ ଗ୍ରାମ ରେ ନୂତନ ମଣ୍ଡପ ନିର୍ମାଣ ପରେ ଉଦଘାଟନ ସମାରୋହ ଓ ଚବିଶ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହୋଇଛି। ଏହି ନାମଯଜ୍ଞ ରେ ବିଜେପି ର ବରିଷ୍ଠ ନେତା ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ ଯୋଗ ଦେଇ ପୂଜାର୍ଚ୍ଚନା କରିଥିଲେ। ଏହି ଅଖଣ୍ଡ ନାମଯଜ୍ଞ ରେ ଗଡିପୋଖରୀ, ନୂଆପଡା, ତୁରୁମୁଙ୍ଗା, ଭୂୟାଁରୋଡ଼କଳା ଆଦି ଗ୍ରାମ ର ଦଳ ଭାଗନେଇ ନାମ ସଂକୀର୍ତ୍ତନ ପରିବେଷଣ କରିଥିଲେ। ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳା ମାନେ ପରିଚାଳନା ରେ ସହଯୋଗ କରିଥିବା ବେଳେ ନାମଯଜ୍ଞ ଦେଖିବାକୁ ଶହ ଶହ ଭକ୍ତଙ୍କ ଦୈନିକ ସମାବେଶ ହେଉଥିବାରୁ କମିଟି ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି।