Latest News

ହାତୀ ଆକ୍ରମଣରେ ଯୁବକ ଆହତ

Jun 17, 2025

 ଚମ୍ପୁଆ, ୧୭/୦୬ (ତ୍ରିନାଥ ମହାନ୍ତ) ହାତୀ ଦେଖିବାକୁ ଯାଇ ହାତୀ ଆକ୍ରମଣରେ ଜଣେ ଯୁବକ ଆହତ ହୋଇଥିବା ଜଣାପଡ଼ିଛି । ଯୁବକ ଜଣଙ୍କୁ ଚିକିତ୍ସା ପାଇଁ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆଜି ଅପରାହ୍ନ ପ୍ରାୟ ଛଅ ଘଟିକା ସମୟରେ ଚମ୍ପୁଆ ବନାଞ୍ଚଳ ଉଖୁଣ୍ଡା ସେକ୍ସନ ଜ୍ୟୋତିପୁର ବିଟ୍ ଝାଲିଆବେଡା ଜଙ୍ଗଲରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଆହତ ଯୁବକ ଜଣଙ୍କ ହେଲେ ଚମ୍ପୁଆ ବ୍ଲକ ପର୍ଶଳା ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ଚିତ୍ରସେନ ମହାନ୍ତଙ୍କ ପୁଅ ଗୁରୁଚରଣ ମହାନ୍ତ (୧୭) l ଗୁରୁଚରଣ ଆଜି ଅପରାହ୍ନରେ ଝାଲିଆବେଡା ଜଙ୍ଗଲକୁ ହାତୀ ଦେଖିବାକୁ ଯାଇଥିବା ବେଳେ ଏହି ଜଙ୍ଗଲରେ ଥିବା ଗୋଠ ଛଡ଼ା ଦନ୍ତା ହାବୁଡରେ ପଡିଥିଲେ । ହାତୀଟି ଗୁରୁଚରଣଙ୍କୁ ଶୁଣ୍ଢରେ ବାଡେଇ ଦେବାରୁ ତାଙ୍କର ଗୋଟିଏ ଗୋଡ ଭାଙ୍ଗିବା ସହିତ ସେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ବନ କର୍ମଚାରୀମାନେ ସଙ୍ଗେ ସଙ୍ଗେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ।

Related Post