Latest News

ବଳଦ ବ୍ୟବସାୟୀଙ୍କ ଠାରୁ ଦୁଇ ଲକ୍ଷ୍ୟରୁ ଉର୍ଦ୍ଧ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

Jun 15, 2025
Odishakhabar:

 ଚମ୍ପୁଆ, ୧୫/୦୬ (ତ୍ରିନାଥ ମହାନ୍ତ) ଚମ୍ପୁଆ ଉପଖଣ୍ଡ ବାରିଆ ଥାନା ଅନ୍ତର୍ଗତ କେନ୍ଦୁଆ ଗ୍ରାମର ବଳଦ ବ୍ୟବସାୟୀ ମାନେ ମୟୁରଭଞ୍ଜ ଜିଲ୍ଲାର ଅଙ୍ଗାରପଦା ଠାରେ ହେଉଥିବା ସାପ୍ତାହିକ ହାଟକୁ ବଳଦ ବିକ୍ରି କରିବାପାଇଁ ଯାଇଥିଲେ।ସେଠାରେ ସେମାନେ ନେଇଥିବା ବଳଦ ଗୁଡିକ ବିକ୍ରି କରି ସାରିବା ପରେ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ବାରିଆ ଥାନା ଅନ୍ତର୍ଗତ ନିଶାଗଡ଼ିଆ ୟୁକାଲିପଟାସ ଜଙ୍ଗଲ ନିକଟରେ ପହଞ୍ଚିଥିବା ସମୟରେ ଦୁଇଟି ବାଇକରେ ତିନିଜଣ ଯୁବକ ମୁଖା ପିନ୍ଧି ଆସି ବଳଦ ବ୍ୟବସାୟୀ ମାନଙ୍କୁ ଅଟକାଇ ଭୟଭୀତ କରି ଟଙ୍କା ନେଇ ଚାଲି ଯାଇଥିବା ଜଣା ପଡିଛି। ମିଳିଥିବା ସୂଚନା ଅନୁସାରେ, ବାରିଆ ଥାନା ଅନ୍ତର୍ଗତ କେନ୍ଦୁଆ ଗ୍ରାମର ଯୁଧିଷ୍ଠିର ଗିରି ତାଙ୍କର ଦୁଇ ଜଣ ସହଯୋଗୀ ମାନଙ୍କ ସହିତ ବଳଦ ବିକ୍ରି କରିବା ପାଇଁ ଅଙ୍ଗାରପଦା ହାଟକୁ ଯାଇଥିଲେ। ବ୍ୟବସାୟୀ ମାନେ ହାଟରେ ବଳଦ ବିକ୍ରି କରି ସାରିବା ପରେ ନିଜର ମୋଟରସାଇକଲ ଯୋଗେ କେନ୍ଦୁଆ ଗ୍ରାମକୁ ଫେରୁଥିବା ସମୟରେ ସିଲିପୁଞ୍ଜି, ନିଶାଗାଡ଼ିଆ, ଧାତିକା ଗ୍ରାମ ମଝିରେ ଥିବା ଜଙ୍ଗଲରେ ପହଞ୍ଚି ଥିବା ସମୟରେ ମୁଖା ପିନ୍ଧା ତିନି ଜଣ ଯୁବକ ଦୁଇଟି ମୋଟରସାଇକେଲ ରେ ଆସି ତାଙ୍କୁ ଅଟକାଇ ଭୟଭୀତକରି ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ। ବ୍ୟାଗରେ ଦୁଇ ଲକ୍ଷରୁ ଉର୍ଦ୍ଧ ଟଙ୍କା ଥିବା କୁହା ଯାଉଛି।ତେବେ ଟଙ୍କା ଲୁଟ ହୋଇଥିବା ସମ୍ପର୍କରେ ବ୍ୟବସାୟୀ ମାନେ ବାରିଆ ପୁଲିସକୁ ଅବଗତ କରିବା ପରେ ବାରିଆ ପୁଲିସ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଦୁର୍ବୁତ୍ତ ମାନଙ୍କୁ ଧରି ଲୁଟ ଟଙ୍କା କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଜଣା ପଡିଛି।

Related Post