ଚମ୍ପୁଆ,୧୮/୬(ତ୍ରିନାଥ ମହାନ୍ତ) ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କିରାଣୀ ପ୍ରକାଶ ଚନ୍ଦ୍ର କୁଣ୍ଡୁଙ୍କ ତତ୍ତ୍ଵାବଧାନ ରେ ସ୍ଥାନୀୟ ଧରଣୀଧର ନଗର ଭବନରେ ଅନୁଷ୍ଠିତ ଏହି ବୈଠକରେ ଉପଖଣ୍ଡ ଚିକିତ୍ସାଧିକାରୀ ଡ. ଉମାକାନ୍ତ ସାହୁ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ସୁମିତ୍ରା ତ୍ରିପାଠୀ, ଅଗ୍ନିଶମ ଅଧିକାରୀ ଗୌରାଙ୍ଗ ସିଂ ପ୍ରମୁଖ ଯୋଗ ଦେଇଥିଲେ । ଡ. ଉମାକାନ୍ତ ସାହୁ ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା ଓ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅଗ୍ନିଶମ ଅଧିକାରୀ ଗୌରାଙ୍ଗ ସିଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅଗ୍ନିଶମ ବାହିନୀର ପ୍ରମୁଖ ଭୂମିକା ସମ୍ପର୍କରେ ବିଶଦ ଭାବେ ଆଲୋକପାତ କରିଥିଲେ। ପରିଷଦ ପକ୍ଷରୁ ବିଜୟ କୁମାର ମିଶ୍ର, ସତ୍ୟବାନ୍ ନାଏକ, ସ୍ୱର୍ଣ୍ଣପ୍ରଭା ମହାରଣା, ମମତା ସେନାପତି, ସୁଚିଶ୍ମିତା ପଶାୟତ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ସ୍ୱଚ୍ଛ ସାଥୀ ବିଶାଖା ପ୍ରଧାନ, ଜ୍ୟୋସ୍ନାରାଣୀ ନାଏକ, ପଦ୍ମାବତୀ ରାଜ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସିଟି ମିଶନ ମ୍ୟାନେଜର ଅନନ୍ତ ଚରଣ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।