ଚମ୍ପୁଆ, ୧୮/୦୬(ତ୍ରିନାଥ ମହାନ୍ତ) ରାଜ୍ୟର କିଛି ଜିଲ୍ଲାରେ ଝାଡ଼ାବାନ୍ତି ସାଙ୍ଘାତିକ ସ୍ଥିତି ସୃଷ୍ଟି କରିଛି। ଏଥି ପାଇଁ ସରକାରଙ୍କ ନିର୍ଦ୍ଦେଶରେ ସାରା ରାଜ୍ୟରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଷେଧ ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆଜି ଚମ୍ପୁଆ ବଜାର ର ହୋଟେଲ , ଜଳଖିଆ ଦୋକାନ , ଫାଷ୍ଟ ଫୁଡ୍ ଦୋକାନ ଗୁଡ଼ିକ ଉପରେ ଚଢ଼ାଉ କରାଯାଇଛି । ବାସି ଖାଦ୍ୟ ଓ ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ପଦାର୍ଥ ବିକ୍ରି କରୁଥିବା ଦୋକାନୀ ମାନଙ୍କୁ ପରିଷଦ ତରଫରୁ କଡ଼ା ତାଗିଦ୍ କରାଯାଇଛି । ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୋକାନୀ ମାନଙ୍କୁ ସ୍ବଚ୍ଛତା ରକ୍ଷା କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ କିଛି ହୋଟେଲ ଗୁଡ଼ିକ ରେ ବାସୀ ଖାଦ୍ୟ ବିକ୍ରି ବିକ୍ରି ହେଉଥିବା ନେଇ ପରିଷଦ ନଜର କୁ ଆସିଥିଲା । ସେଗୁଡିକୁ ନଷ୍ଟ କରାଯିବା ସହ ଆଗାମୀ ଦିନରେ କୌଣସି ଦୋକାନୀ ବାସୀ ଖାଦ୍ୟ ବିକ୍ରି କଲେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଜୋରିମାନା କରାଯିବା ନେଇ ପରିଷଦର ସାନିଟେସନ ଇନଚାର୍ଜ ବିଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି । ଆଗାମୀ ଦିନରେ ପରିଷଦ ପକ୍ଷରୁ ନିୟମିତ ଭାବେ ଚଢାଉ ଜାରୀ ରହିବ ବୋଲି କହିଛନ୍ତି । ଆଜିର ଚଢ଼ାଉରେ ସାନିଟେସନ୍ ଏକ୍ସପୋର୍ଟ ଏସ କେ ଶାହାବାଜ୍ , ସିଏମଏମ ଅନନ୍ତ ଚରଣ ସାହୁଙ୍କ ସମେତ ସ୍ୱଚ୍ଛ ସାଥୀ, ସୁପର ଭାଇଜର ଓ ପରିଷଦ କର୍ମଚାରୀ ମାନେ ସାମିଲ ହୋଇଥିଲେ ।