ଭୁବନେଶ୍ବର, 18 ନଭେମ୍ବର
- ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ବିୟୋଗରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଶୋକପ୍ରକାଶ କରିଛନ୍ତି । ମନ୍ତ୍ରୀ ଡାଃ ମହାପାତ୍ର ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି "ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଆମ ଦଳର ବରିଷ୍ଠ ନେତା ସମୀର ଦେ'ଙ୍କ ବିୟୋଗର ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ l ସେ ଜଣେ ନମ୍ର, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ l ଉପକୂଳ ଓଡ଼ିଶାରେ ଆମ ଦଳକୁ ଆଗକୁ ନେବାରେ ତାଙ୍କର ଭୂମିକା ମଧ୍ଯ ଗୁରୁତ୍ଵପୂର୍ଣ୍ଣ ଥିଲା l ଦାଦାଙ୍କ ବିୟୋଗ ଭାଜପା ପରିବାର ତଥା ଓଡିଶା ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି l ଜନପ୍ରତିନିଧି ଭାବେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇରହିବ l ମହାପ୍ରଭୁଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି l ଓଁ ଶାନ୍ତି ।