ଚମ୍ପୁଆ, ୦୮/୧୧ (ତ୍ରିନାଥ ମହାନ୍ତ) ଚମ୍ପୁଆ ବ୍ଲକରେ କାର୍ଯ୍ୟ କରୁଥିବା ୨୧ଜଣ ତଥ୍ୟ ପ୍ରବେଶକ ତଥା ହିସାବ ରକ୍ଷକଙ୍କ ଏକ ନୂତନ କମିଟି ଆଜି ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଗଠିତ ହୋଇ ଯାଇଛି। ଏହି ଅବସରରେ ବ୍ଲକର ୨୧ଟି ପଞ୍ଚାୟତର ୨୧ଜଣ ହିସାବ ରକ୍ଷକ ଯୋଗ ଦେଇ ସର୍ବ ସମ୍ମତିକ୍ରମେ ସଭାପତି ଭାବେ ପ୍ରମୋଦ ନାଏକ, ଉପ ସଭାପତି ଭାବେ ଦୀନେଶ କୁମାର ମହାନ୍ତ, ସମ୍ପାଦକ ଗଗନ ଚନ୍ଦ୍ର ପଲେଇ, ସହ ସମ୍ପାଦକ ଭାବେ ପ୍ରିୟବ୍ରତ ବାରିକ ଓ କୋଷାଧ୍ୟକ୍ଷ ଭାବେ ଡମ୍ବରୁ ଧର ମହାନ୍ତଙ୍କୁ ଚୟନ କରା ଯାଇଥିବା ଜଣା ପଡିଛି। ତେବେ ଆଗାମୀ ଦିନରେ ଏହି କମିଟି ସଂଘର ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବ ବୋଲି ଜଣା ପଡିଛି।