Latest News

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକେ

Nov 14, 2024
Odishakhabar:Champua-keonjhar-499

 ଚମ୍ପୁଆ, ୧୪/୧୧ (ତ୍ରିନାଥ ମହାନ୍ତ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ମହେଶ୍ୱରପୁର ଗ୍ରାମରେ ଯୌତୁକ ଜନିତ ହତ୍ୟାକାଣ୍ଡ ଘଟିଥିବା ନେଇ ଅଭିଯୋଗ ହୋଇଛି। ଶ୍ୱଶୂର ଘର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ବାପ ଘର ଲୋକେ ଏହାକୁ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ଚମ୍ପୁଆ ଥାନା ଅନ୍ତର୍ଗତ ମହେଶ୍ୱରପୁର ଗ୍ରାମର ବୃଷଭ ମହାନ୍ତ ନିଜ ସ୍ତ୍ରୀ ସାବିତ୍ରୀ ମହାନ୍ତଙ୍କୁ ହତ୍ୟା କରି ଆତ୍ମ ହତ୍ୟାର ରୂପ ଦେଇଥିବା ନେଇ ସାବିତ୍ରୀଙ୍କ ବାପ ଘର ଲୋକେ ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ମହଶ୍ଵରପୁର ଗ୍ରାମର କୀର୍ତ୍ତନ ମହାନ୍ତଙ୍କ ପୁଅ ବୃଷଭ ମହାନ୍ତ ବାରିଆ ଥାନା ଅନ୍ତର୍ଗତ ଉଚ୍ଚବାଲି ପଞ୍ଚାୟତ ପାହାଡଭଙ୍ଗା ଗ୍ରାମର କଳାକର ମହାନ୍ତଙ୍କ ଝିଅ ସାବିତ୍ରୀ ମହାନ୍ତଙ୍କୁ ଚାରି ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର ଦୁଇ ମାସ ନ ପୁରୁଣୁ ସାବିତ୍ରୀଙ୍କ ଉପରେ ଯୌତୁକ ନିର୍ଯ୍ୟାତନା ଆରମ୍ଭ ହୋଇଥିଲା। ବାପ ଘରୁ ଅଧିକ ଯୌତୁକ ଓ ଟଙ୍କା ଆଣିବା ପାଇଁ ସାବିତ୍ରୀଙ୍କ ଉପରେ ବାରମ୍ବାର ଚାପ ପଡ଼ୁଥିବା ବେଳେ ବାପଘର ଲୋକେ ଅଧିକ ଯୌତୁକ ଦେବାକୁ ଅକ୍ଷମ ଥିଲେ । ଯୌତୁକ ଦେଇ ନ ପାରିବା ଯୋଗୁଁ ସାବିତ୍ରୀଙ୍କୁ ମାରି ଦେଇଥିବା ନେଇ ସାବିତ୍ରୀଙ୍କ ପିତା କଳାକର ମହାନ୍ତ ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି । ଗତକାଲି ଅପରାହ୍ନ ପ୍ରାୟ ଚାରି ଘଟିକା ସମୟରେ ବୃଷଭ ତାଙ୍କ ଶୂଶ୍ଵର ଘର ଲୋକଙ୍କୁ ଫୋନ କରି ତାଙ୍କ ଝିଅ ନ ଥିବା କହିଥିଲେ । ଆମ ଝିଅ କୁଆଡେ ଗଲା ବୋଲି ପଚାରିବାରୁ ବୃଷଭ ସେମାନଙ୍କୁ ମହେଶ୍ୱରପୁର ଆସିବା ପାଇଁ କହିଥିଲେ। ସାବିତ୍ରୀଙ୍କ ବାପ ଘର ଲୋକେ ମହଶ୍ଵେରପୁରରେ ପହଞ୍ଚି ସାବିତ୍ରୀଙ୍କ ମୃତ ଦେହ ରୋଷେଇ ଘର ପଲଙ୍କ ଉପରେ ଘୋଡାଇ ହୋଇ ରଖା ଯାଇଥିବା ଦେଖିଥିଲେ । ଏହାସହ ସାବିତ୍ରୀଙ୍କ ବେକରେ ଦାଗ ଥିବା ଦେଖିବାକୁ ପାଇଥିଲେ । ଏପଟେ ସାବିତ୍ରୀଙ୍କ ଶ୍ଵଶୁର ଘର ଲୋକଙ୍କ କହିବା ଅନୁସାରେ ଗତକାଲି ଅପରାହ୍ନରେ ଘରେ କେହି ନ ଥିବା ବେଳେ ସାବିତ୍ରୀ ରୋଷେଇ ଘରେ ବେକରେ ଫାଶୀ ଲଗାଇ ଦେଇଥିଲେ। ପରିବାର ଲୋକେ ଘରକୁ ଆସି ସାବିତ୍ରୀ ଫାଶୀରେ ଝୁଲୁଥିବା ଦେଖି ସଙ୍ଗେ ସଙ୍ଗେ ଫାଶୀ ଦଉଡ଼ିକୁ କାଟି ତାଙ୍କୁ ରୋଷେଇ ଘରେ ଥିବା ପଲଙ୍କ ଉପରେ ଶୁଆଇ ଦେଇଥିଲେ । ସେତେ ବେଳକୁ ସାବିତ୍ରୀଙ୍କ ମୃତ୍ୟୁ ହୋଇ ସାରିଥିଲା । ପରିବାର ଲୋକେ ସଙ୍ଗେ ସଙ୍ଗେ ସାବିତ୍ରୀଙ୍କ ବାପ ଘର ସହିତ ପୋଲିସକୁ ଖବର ଦେଇଥିଲେ । ତେବେ ସାବିତ୍ରୀଙ୍କ ସ୍ୱାମୀ ଓ ଶ୍ଵଶ୍ଵର ଘର ଲୋକେ ସାବିତ୍ରୀ ଆତ୍ମହତ୍ୟା କରିଥିବା ନେଇ କହୁଥିବା ବେଳେ ବାପଘର ଲୋକେ ଏହାକୁ ଏକ ଯୌତୁକ ଜନିତ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ଅଭିଯୋଗ କରିଛନ୍ତି। ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ। ଆଜି ଚମ୍ପୁଆ ଭାରପ୍ରାପ୍ତ ଥାନାଧିକାରୀ ବିବତ୍ସ ପ୍ରଧାନ ଓ ମାଜିଷ୍ଟ୍ରେଟ ଚମ୍ପୁଆ ତହସିଲଦାର ଧର୍ମେନ୍ଦ୍ର ଶତପଥୀ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଅଧିକାରୀ ମନ୍ମଥ ରାଉଳଙ୍କ ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଛେଦ ପରେ ଶୂଶ୍ଵର ଘର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ମୃତ ସାବିତ୍ରୀ ଙ୍କ ସ୍ୱାମୀ ବୃଷଭ ମହାନ୍ତଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ମହିଳାଙ୍କ ଏକ ତିନି ବର୍ଷର ଶିଶୁ ପୁତ୍ର ରହିଛି ।

Related Post