ଚମ୍ପୁଆ, ୨୬/୧୨ (ତ୍ରିନାଥ ମହାନ୍ତ) ଚମ୍ପୁଆ ଧରଣୀଧର ନଗର ଭବନରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଜସ୍ଵ ଓ କୃଷି ବିଭାଗର ମିଳିତ ସହଯୋଗରେ କୃଷକ ପଞ୍ଜିକରଣ ଓ ରବି ଋତୁର ଡିଜିଟାଲ ଫସଲ ସର୍ବେକ୍ଷଣ ତାଲିମ ଶିବିର କୃଷି ଜିଲ୍ଲା ଅଧିକାରୀ ଚମ୍ପୁଆ ସତ୍ୟବାନ ସୋରେନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇ ଯାଇଛି। ସରକାର କୃଷକ ମାନଙ୍କ କଲ୍ୟାଣ ପାଇଁ ଏଥିରେ କିପରି କୃଷକ ମାନଙ୍କୁ ନିର୍ଭୁଲ ଭାବେ ଚିହ୍ନଟ କରାଯାଇ ପ୍ରଧାନମନ୍ତ୍ରୀ କୃଷକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ପାରିବ ସେ ସମ୍ପର୍କରେ ତାଲିମ ଦିଆ ଯାଉଥିଲା। ଉକ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଉମାକାନ୍ତ ପରିଡା, ଅତିରିକ୍ତ ତହସିଲଦାର ପ୍ରତୀକ୍ଷା ପ୍ରିୟଦର୍ଶନୀ, ଚମ୍ପୁଆ ବ୍ଲକ କୃଷି ଅଧିକାରୀ ନୀଳମାଧବ ଦାଶ, ଝୁମ୍ପୁରା ବ୍ଲକ କୃଷି ଅଧିକାରୀ ସମତା ମହାନ୍ତ, ସହକାରୀ ଜିଲ୍ଲା କୃଷି ଅଧିକାରୀ ହରି ଓମ ପାଣି ଗ୍ରାହୀ, ଚମ୍ପୁଆ ସହକାରୀ କୃଷି ଅଧିକାରୀ ରମାମଣି ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଚମ୍ପୁଆ, ଝୁମ୍ପୁରା, ଯୋଡା ବ୍ଲକର ରାଜସ୍ଵ ନୀରିକ୍ଷକ, ମୃତ୍ତିକା ସଂରକ୍ଷଣ, କୃଷିଉଦ୍ୟାନ ବିଭାଗ ତଥା ଆନୁଷଙ୍ଗିକ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। ଏହି ତାଲିମ ଶିବିରରେ ପଞ୍ଚାୟତ ସ୍ତରରୁ ପିଓ, ଜିଆରଏସ, ଏଡିଓ ଆଦି ଭାଗ ନେଇଥିଲେ ।