Latest News

କୃଷ୍ଣଲୀଳା ଲୋକନୃତ୍ୟ ସଂଘର ତୃତୀୟ ବାର୍ଷିକ ଉତ୍ସବ

Jan 07, 2025
Odishakhabar:Champua-keonjhar-556

 ଚମ୍ପୁଆ, (୦୭/୦୧) ଚମ୍ପୁଆ ଉପଖଣ୍ଡସ୍ଥ ଯୋଡ଼ା ବ୍ଲକ ଅନ୍ତର୍ଗତ ଲଇଡାପଦା ଗ୍ରାମରେ କୃଷ୍ଣଲୀଳା ଲୋକ ନୃତ୍ୟ ସଂଘର ତୃତୀୟ ବାର୍ଷିକ ଉତ୍ସବ ଆୟୋଜିତ ହୋଇଛି। ଏହି ଉତ୍ସବରେ ସଂଘ ପକ୍ଷରୁ କେନ୍ଦୁଝର, ସୁନ୍ଦରଗଡ଼ ଓ ଝାଡଖଣ୍ଡ ରାଜ୍ୟର ରାସ ସଂକିର୍ତନ ଦଳ ମାନଙ୍କୁ ନେଇ ଦିତୀୟ ରାସ ମହାମଞ୍ଚ ଆୟୋଜନ କରା ଯାଇଛି। ଏଥିରେ ୫୦ ରୁ ଅଧିକ ରାସ ସଂକିର୍ତ୍ତନ ଦଳ ଭାଗ ନେଇଥିବା ବେଳେ ଏହା ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଚାଲିବ ବୋଲି ଜଣା ପଡିଛି। ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଚମ୍ପୁଆ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାକାନ୍ତ ପରିଡ଼ା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଡ଼ ଗଣପତି ବୈଦିକ ବ୍ରାହ୍ମଣ ପରିଷଦର ଶ୍ରୀଯୁକ୍ତ ଦେବଦତ୍ତ ଷଡ଼ଙ୍ଗୀ, ଗୋପାଳ ବୁଦ୍ଧିଜୀବି ଶ୍ରୀଯୁକ୍ତ କୁଶ ଆପଟ, ଶ୍ରୀମେଟାଲିକ୍ସ୍ ନିର୍ଦେଶକ ରେବତୀ ରମଣ ଶର୍ମା, ଲଈଡାପଦା ଗ୍ରାମ ମୁଖ୍ୟ ଗଜେନ୍ଦ୍ର ଆପଟ ପ୍ରମୁଖ ଯୋଗ ଦେଇ ବିଧିବଦ୍ଧ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପ୍ରଥମ ଦିନରେ ରାସ ସଂକିର୍ତ୍ତନ ଦଳ ଭାବରେ ଧଳାଡିହି, ରେଙ୍ଗାଳବେଡା, ରାମଚନ୍ଦ୍ରପୁର, ନାରଦପୁର, ଗୁଆଲି, ଲଇଡାପଦା, ଶାଗପାଲି ଭଳି ୧୨ଟି ସଂକିର୍ତ୍ତନ ଦଳ ଭାଗ ନେଇ ତାଙ୍କର ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ସଂଘର ସଭାପତି ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମହାକୁଡ଼, ଉପସଭାପତି ସୁରେଶ ମହାକୁଡ଼, ସମ୍ପାଦକ ନିର୍ମଳ ବାରିକ, ସହ ସମ୍ପାଦକ ଧବଳେଶ୍ଵର ବେହେରା, ଉପଦେଷ୍ଟା ଅଖିଳ ଚନ୍ଦ୍ର ବାରିକ୍ ପରିଚାଳନା କରିଥିବା ବେଳେ ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ।

Related Post