ଚମ୍ପୁଆ, (୧୬/୧୨) ସାମ୍ପ୍ରତିକ ପରିସ୍ଥିତିରେ ସାରା ବିଶ୍ୱ ପାଇଁ ପଲିଥିନ ବା ପ୍ଲାଷ୍ଟିକ ଏକ ପ୍ରମୁଖ ସମସ୍ୟା ଭାବେ ଦେଖା ଦେଲାଣି। ଏହାର ପ୍ରତିରୋଧ କରିବାକୁ ସରକାରୀ ଓ ବେସରକାରୀ ସ୍ତରରେ ନାନା ପଦକ୍ଷେପ ଗ୍ରହଣ କରାଯାଉଛି। ଏପରିକି ବିକ୍ରେତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ତୃଣମୟ ସ୍ତରରେ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ଆଗେଇ ଆସିଛନ୍ତି ନିକଟ ଅତୀତରେ ବିବାହ କରିଥିବା ନବ ଦମ୍ପତି ଚନ୍ଦ୍ରଶେଖର ଓ ଶୁଭଲକ୍ଷ୍ମୀ। ଉଭୟ ଆଜି ଚମ୍ପୁଆ ସ୍ଥିତ ଚନ୍ଦ୍ରଶେଖର ମହାଦେବ ମନ୍ଦିରରେ ପହଞ୍ଚି ଦେବ ଦର୍ଶନ କରିବା ସହିତ ପଲିଥିନ ମୁକ୍ତ ପରିବେଶ ଆମ କର୍ତବ୍ୟ ଆମ ଦାୟିତ୍ୱ ପରିପ୍ରେକ୍ଷୀରେ ଉପସ୍ଥିତ ପୂଜକ ସାନ୍ତନୁ କୁମାର ନନ୍ଦ ଓ ଅନିଲ ମିଶ୍ରଙ୍କୁ ୫୦ ଗୋଟି ଡଲା ଉପହାର ଦେଇଥିଲେ। ନବ ଦମ୍ପତିଙ୍କ କହିବା ଅନୁଯାୟୀ ମନ୍ଦିର ଭିତରକୁ ଭୋଗ ଆଣିବା ବେଳେ ଭକ୍ତ ମାନେ ପଲିଥିନ ବ୍ୟବହାର କରୁଛନ୍ତି । ଏଣୁ ଭକ୍ତ ମାନଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ଏହା ଏକ ଛୋଟ ପ୍ରୟାଶ। ପ୍ରଦାନ କରା ଯାଇଥିବା ଡଲା ଗୁଡିକ ମନ୍ଦିର ମୁଖ୍ୟ ଦ୍ୱାର ନିକଟରେ ରଖା ଯାଇଥିବା ବେଳେ ଭକ୍ତ ମାନେ ଆଣିଥିବା ଭୋଗ ସାମଗ୍ରୀକୁ ଡଲାରେ ନେଇ ମନ୍ଦିର ଭିତରେ ପୁଜା କରିବାକୁ ଏହି ପ୍ରୟାଶ ଆରମ୍ଭ କରା ଯାଇଛି ବୋଲି କହିଥିଲେ। ନବ ଦମ୍ପତିଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ସ୍ଥାନିୟ ଲୋକ ସାଧୁବାଦ ଦେବା ସହିତ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ସମସ୍ତେ ଆଗେଇ ଆସିବାକୁ ମତ ପ୍ରକାଶ ପାଇଥିଲା।