ଚମ୍ପୁଆ,୦୪/୦୧ (ତ୍ରିନାଥ ମହାନ୍ତ) ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ କଣ୍ଡରା ଠାରେ ଥିବା ଟୋଲପ୍ଲାଜା କର୍ମଚାରୀ ମାନେ କାର୍ଯ୍ୟବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଜଣା ପଡିଛି। ମା ତାରିଣୀ ଟୋଲପ୍ଲାଜା ୱାର୍କର୍ସ ୟୁନିଅନ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନର ନିଷ୍ପତି ନେଇଛି । ଗତ ଡିସେମ୍ବର ୨୨ ତାରିଖରେ ୟୁନିଅନ ତରଫରୁ ୨୨ଦଫା ଦାବିପତ୍ର ଦିଆ ଯିବା ପରେ ମଧ୍ୟ କର୍ମଚାରୀଙ୍କ ଦାବିକୁ କମ୍ପାନୀ ଗ୍ରହଣ କରୁ ନ ଥିବାରୁ ଆସନ୍ତା ୧୦ ତାରିଖରୁ ଶ୍ରମିକ ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇବା ସହ ଫାଟକ ନିକଟରେ ଗଣଧାରଣା ଦେବେ ବୋଲି ସ୍ପଷ୍ଟ କରିଛି ୟୁନିଅନ। ସୂଚନା ଯୋଗ୍ୟକି, କର୍ମଚାରୀ ମାନଙ୍କୁ କେନ୍ଦ୍ର ସରକାରଙ୍କ ବର୍ଦ୍ଧିତ ଦରମା ପ୍ରଦାନ କରୁ ନ ଥିବା ସହିତ ସମସ୍ତ ଶ୍ରମିକଙ୍କୁ ଇପିଏଫ୍, ପରିଚୟ ପତ୍ର ଓ ଇଏଫ୍ଆଇ ମଧ୍ୟ ପ୍ରଦାନ କରା ଯାଉ ନାହିଁ, ଏପରିକି ଏ ସମ୍ପର୍କରେ ମୁହଁ ଖୋଲିଲେ ଜନୈକ କମ୍ପାନୀ କର୍ମଚାରୀ ମାନଙ୍କୁ ମିଛ କେଶରେ ଫସାଇବାକୁ ଧମକ ଦେବାକୁ ନେଇ ଆଗାମୀ ୧୦ତାରିଖରୁ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଧାରଣା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ୟୁନିଅନ ପକ୍ଷରୁ ଚମ୍ପୁଆ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଶାସନକୁ ଲିଖିତ ଭାବେ ଜଣାଇ ଦିଆ ଯାଇଥିବା ମା ତାରିଣୀ ଟୋଲ ପ୍ଲାଜା ୱାର୍କର୍ସ ୟୁନିଅନର ସାଧାରଣ ସମ୍ପାଦକ ରଞ୍ଜନ କୁମାର ବାରିକ ସୂଚନା ଦେଇଛନ୍ତି।