Latest News

ଉପଖଣ୍ଡ ଚିକିତ୍ସାଳୟରେ ସ୍ୱଚ୍ଛତା ଅଭିଯାନ

Jan 06, 2025
Odishakhabar:Champua-keonjhar-554

 ଚମ୍ପୁଆ, ୦୬/୦୧ (ତ୍ରିନାଥ ମହାନ୍ତ) ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଆଜି ମାନବ ପ୍ରେମୀ ସେବା ଟ୍ରଷ୍ଟ୍ ଓ ଚିକିତ୍ସାଳୟର ମିଳିତ ଉଦ୍ୟମରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି । ଟ୍ରଷ୍ଟ ପକ୍ଷରୁ ଚିକିତ୍ସାଳୟ ପରିସରରେ ରହିଥିବା ମଇଳା, ଆବର୍ଜନା, ଲଟା ବୁଦା ଇତ୍ୟାଦିକୁ ପରିସ୍କାର ପରିଚ୍ଛନ୍ନ କରିବା ସହିତ ସଚେତନତା ବାର୍ତ୍ତା ପ୍ରଦାନ କରା ଯାଇଥିଲା। ଏଥିରେ ଚିକିତ୍ସାଳୟ କତ୍ତୃପକ୍ଷ ଟ୍ରଷ୍ଟର ସଦସ୍ୟ, ସଦସ୍ୟା ମାନଙ୍କୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ଅବସରରେ ଟ୍ରଷ୍ଟ୍ର ଉପଦେଷ୍ଟା ପ୍ରମୋଦ କୁମାର ମହାନ୍ତ, ସଭାପତି ବିଚିତ୍ରାନନ୍ଦ ଦାସ, ଆଇନଜୀବୀ ସଞ୍ଜୟ କୁମାର ମହାନ୍ତ, ସିଲ୍କିସ୍ମିତା ମହାନ୍ତ, ଲିଲି ପାତ୍ର, ପ୍ରମିଳା ମୁଣ୍ଡା, ଅଞ୍ଜେଲିନା ମହାନ୍ତ, ସତ୍ୟଜିତ ମହାନ୍ତ, ବାବୁଲୁ ପାତ୍ର, ପର୍ଶୁରାମ ପାତ୍ର, ଶତୃଘ୍ନ ପାତ୍ରଙ୍କ ସହ ଉପଖଣ୍ଡ ଚିକିତ୍ସାଳୟ ମୂଖ୍ୟ ଉମାକାନ୍ତ ସାହୁ, ସଂଯୋଜକ ୱାସିମ୍ ଅଖତର୍ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଟ୍ରଷ୍ଟର ଏହି କାର୍ଯ୍ୟକୁ ଚିକିତ୍ସାଳୟ କତ୍ତୃପକ୍ଷ ଉଚ୍ଚ ପ୍ରଶଂସା କରିଥିବା ବେଳେ ଆଖପାଖ ଉପାନ୍ତ ଅଞ୍ଚଳରେ ଆଗାମୀ ଦିନରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହିତ ସ୍ୱାସ୍ଥ୍ୟ ଶିବିରମାନ ଆୟୋଜନ କରିବାକୁ ଚିକିତ୍ସାଳୟ ମୂଖ୍ୟ ପ୍ରତିଶ୍ରୁତି ଦେଇଥିବା ଜଣା ପଡିଛି।

Related Post