ଚମ୍ପୁଆ, ୨୨/୧୨(ତ୍ରିନାଥ ମହାନ୍ତ) ଚମ୍ପୁଆ ଉଠା ଜଳ ସେଚନ ବିଭାଗ ପରିସରରେ ପାଣି ପଞ୍ଚାୟତ ପକ୍ଷ ୨୦୨୪-୨୦୨୫ ପାଳିତ ହୋଇ ଯାଇଛି। କେନ୍ଦୁଝର ଉଠା ଜଳ ସେଚନ ନିର୍ବାହୀ ଯନ୍ତ୍ରୀ ସହଦେବ ସେଠୀ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଙ୍କୁ ବିଭାଗ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ହେଲେ ସେ ଆସିବା ପାଇଁ କଥା ଦେଇ ଆସି ନ ଥିଲେ ଏବଂ ବହୁତ ବିଳମ୍ବରେ ନିଜ ଚମ୍ପୁଆ ପ୍ରତିନିଧି ଗଣେଶ ଖିଲାର ଙ୍କୁ କାର୍ଯ୍ୟକ୍ରମ ରେ ଯୋଗ ଦେବାପାଇଁ ପଠାଇଥିଲେ । ଯେଉଁଥିପାଇଁ କାର୍ଯ୍ୟକ୍ରମ ଦୁଇ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ସମ୍ମାନିତ ଅତିଥିଭାବେ ନାବାର୍ଡ ଡିଡିଏମ ଦୀପ୍ତିକାନ୍ତ ମଲ୍ଲିକ, ମୃତିକା ସଂରକ୍ଷଣ ଏପିଡବ୍ଲ୍ୟୁ ବନମାଳୀ ପାତ୍ର, ଏସଇଇ ଯୋଡ଼ା ମନୋରଞ୍ଜନ ଜେନା, ଏଏଚଓଏସ ଶୁଭଲକ୍ଷ୍ମୀ, ଏଏଓ ହରିଓମ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ନିଜ ନିଜ ଅଭିଭାଷଣରେ ସମସ୍ତ ପାଣି ପଞ୍ଚାୟତର ସଭ୍ୟ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଜଳ ସେଚନ ବ୍ୟବସ୍ଥା ସହ ଚାଷୀ ଭାଇ ଭଉଣୀ ମାନଙ୍କୁ ଯୋଡି ରଖିବା, ଆଧୁନିକ ପ୍ରଣାଳୀର ଜ୍ଞାନ କୌଶଳର ଉପଯୋଗ କରି କିପରି ଚାଷୀ ମାନେ ଚାଷର ସଫଳ ଉତ୍ପାଦନକୁ ୨ରୁ ୩ ଗୁଣକୁ ବର୍ଦ୍ଧିତ କରିବା, ପାଣି ପଞ୍ଚାୟତ ସଭ୍ୟଙ୍କ ମଧ୍ୟରେ କିପରି ଏକତା ବଜାୟ ରଖି ପ୍ରକଳ୍ପକୁ ଦୀର୍ଘସ୍ଥାୟୀ କରିବା, ଜଳର ଅପଚୟ ରୋକିବା ତଥା ଜଳର ସୁବଣ୍ଟନ ଓ ସୁବିନିଯୋଗ କରିବା ସହିତ ପ୍ରକଳ୍ପର ରକ୍ଷଣା ବେକ୍ଷଣ କରିବା ଉପରେ ଆଲୋକ ପାତ କାରିଥିଲେ। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ପାଣିପଞ୍ଚାୟତ କର୍ମକର୍ତ୍ତା ଓ ଚାଷୀ ମାନେ ଯୋଗ ଦେଇଥିଲେ। ତେବେ ପୂର୍ବରୁ ଚମ୍ପୁଆ କୃଷି ବିଭାଗ ପକ୍ଷରୁ ହୋଇଥିବା କୃଷି ଯନ୍ତ୍ରପାତି ମେଳାରେ ବିଧାୟକ ଯେପରି ଭାବରେ କଥାଦେଇ ଆସି ନ ଥିଲେ ଠିକ ସେହିପରି କୃଷକ ମାନଙ୍କୁ ନେଇ ହୋଇଥିବା ଏହି କାର୍ଯ୍ୟକ୍ରମରେ ମଧ୍ୟ ବିଧାୟକ ଚାଷୀ ମାନଙ୍କୁ ଅଣଦେଖା କରି ନିଜେ ନ ଆସି ତାଙ୍କ ପ୍ରତିନିଧିଙ୍କୁ ପଠାଇ ଥିଲେ। ଯାହା ବିଧାୟକଙ୍କ ଚାଷୀଙ୍କ ପ୍ରତି ରହିଥିବା ଦରଦ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ନେଇ ଆଜି ଉପସ୍ଥିତ ଚାଷୀ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।