Latest News

ସାମ୍ବାଦିକତା ଚାପ ମୁକ୍ତ ହେବା ଉଚିତ : ଉପଜିଲ୍ଲାପାଳ

Nov 16, 2024
Odishakhabar:Champua-keonjhar-503

 ଚମ୍ପୁଆ, ୧୬/୧୧ (ତ୍ରିନାଥ ମହାନ୍ତ) ସାମ୍ବାଦିକତା ଚାପମୁକ୍ତ ହେବା ଉଚିତ। ଚମ୍ପୁଆ ବ୍ଲକ ସାମ୍ବାଦିକ ସଂଘ ର ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଚମ୍ପୁଆ ଉପଜିଲ୍ଲାପାଳ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଚତୁର୍ଥ ସ୍ତମ୍ଭ ଚାପମୁକ୍ତ ହେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଚମ୍ପୁଆ ସାମ୍ବାଦିକ ସଂଘ ପକ୍ଷରୁ ଆଜି ଜାତୀୟ ପ୍ରେସ ଦିବସ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି। ବିଭିନ୍ନ ସ୍ଥାନରେ ଏହା ଆଡମ୍ବର ସହକାରେ ପାଳନ ହେଉଥିବା ବେଳେ ଚମ୍ପୁଆ ଗଣମାଧ୍ୟମ ପ୍ରତିନିଧି ମାନେ ସମାଜରେ ଅବହେଳିତ ଭିନ୍ନକ୍ଷମଙ୍କ ସହ ଏହି ଦିବସକୁ ପାଳନ କରିଛନ୍ତି। ଏହି ଅବସରରେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରଜିଆ ସରପଞ୍ଚ ସନ୍ତୋଷ ନାଏକ, ସମାଜସେବୀ ହରେକୃଷ୍ଣ ନାଏକ, ଭବାନୀ ନାଏକ, ପୂର୍ବତନ ସୈନୀକ ପ୍ରଦୀପ କୁମାର ପ୍ରଧାନ, ରମାକାନ୍ତ ପ୍ରଧାନ ଯୋଗ ଦେଇଥିଲେ। ମୂଖ୍ୟ ବକ୍ତା ଭାବେ ଚମ୍ପୁଆ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ ଯୋଗ ଦେଇଥିଲେ। ଗଣମାଧ୍ୟମର କାର୍ଯ୍ୟାବଳି ସମାଜର ଅବହେଳିତ ବର୍ଗଙ୍କ ପାଇଁ କର୍ତବ୍ୟ ଓ ଦାୟିତ୍ୱ ବିଷୟରେ ଅବଗତ କରିବା ସହିତ ସାମ୍ବାଦିକ ମାନେ ନିର୍ଭିକ, ନିର୍ଭୁଲ ଭାବରେ ନିଷ୍ଠାର ସହ ସମ୍ବାଦ ପରିବେଷଣ କରି ସମାଜର ହିତ ସାଧନରେ ନିଜକୁ ନିୟୋଜିତ କରିବା ନେଇ ଅତିଥି ମାନେ ମତ ରଖିଥିଲେ। ଏହି ଅବସରରେ ଚମ୍ପୁଆର ବରିଷ୍ଠ ସାମ୍ବାଦିକ ମାନଙ୍କୁ ସମ୍ମାନୀତ କରା ଯାଇଥିବା ବେଳେ ଉପସ୍ଥିତ ଅତିଥି ଓ ସାମ୍ବାଦିକ ମାନେ ୩୦ ରୁ ଅଧିକ ଭିନ୍ନକ୍ଷମଙ୍କୁ ସାଲ ଓ ପୁଷ୍ପ ଦେଇ ସମ୍ମାନୀତ କରିଥିଲେ। ଏହି କାର୍ଯ୍ୟକ୍ରମଟିକୁ ସାମ୍ବାଦିକ ସଂଘର ବରିଷ୍ଠ ସାମ୍ବାଦିକ ପ୍ରଦୀପ ପ୍ରଧାନ ପରିଚାଳନା କରିଥିବା ବେଳେ ମହେଶ୍ୱର ଦାସ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଚମ୍ପୁଆ ସାମ୍ବାଦିକ ସଂଘର ବରିଷ୍ଠ ସାମ୍ବାଦିକ ପରମାନନ୍ଦ ମହାନ୍ତ, ରଞ୍ଜନ ପ୍ରଧାନ, ସୁରେନ୍ଦ୍ର ମହାନ୍ତ, ବସନ୍ତ ଗିରି, ତ୍ରିନାଥ ମହାନ୍ତ, ଦାଶରଥି ଗିରି, ଦୀପକ ନାଏକ, ପବିତ୍ର ନାଏକ, ଛତ୍ରପତି ନାଏକ, ମମତା ସେନାପତି, ମନୋଜ ମହାନ୍ତ, ବିରେନ ମହାନ୍ତ, ମହେନ୍ଦ୍ର ମହାନ୍ତ, ରାମକୃଷ୍ଣ ଜିତ୍, ଆବିଦ ଆନସାରୀ, ରାଜେଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Related Post