ଚମ୍ପୁଆ, ୦୮/୧୧ (ତ୍ରିନାଥ ମହାନ୍ତ) ଚମ୍ପୁଆସ୍ଥ ସର୍ବ ଭାରତୀୟ ଓଡ଼ିଆ ସମାଜ ପକ୍ଷରୁ ଝାରଖଣ୍ଡରେ ଓଡ଼ିଆ ଶିକ୍ଷାର ବିଭିନ୍ନ ସମସ୍ୟାକୁ ନେଇ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡା ଓ ପୂର୍ବତନ ସାଂସଦ ଗୀତା କୋଡାଙ୍କୁ ସୌଜନ୍ୟ ମୂଳକ ଭାବେ ସାକ୍ଷାତ କରି ବିଭିନ୍ନ ଆଲୋଚନା କରିଥିବା ଜଣା ପଡିଛି। ଏହି ପରିପ୍ରେକ୍ଷୀରେ ଚମ୍ପୁଆ ତଥା ଓଡିଶାର ଶେଷ ସୀମାକୁ ଲାଗି ରହିଥିବା ଝାରଖଣ୍ଡ ପ୍ରଦେଶର ପଶ୍ଚିମ ସିଂହଭୂମି ଜିଲ୍ଲାର ସୀମାନ୍ତ ଖୁଣ୍ଟିଆପଦା, ଗୁମୁରିଆ, ମୁଣ୍ଡଳୀ, ବରଲା, ବାସୁଦେବପୁର, କାଦକଳା, ତୁରଳି, ମଶାବିଲା, ଲଖିପାଇ, କରଞ୍ଜିଆ, ପଡ଼ସା, ସରସ୍ବତୀପୁର, ହାଣ୍ଡିଭଙ୍ଗା, ଛଣପଦା, ପଟ୍ଟାଜୟନ୍ତୀ, ଭନଗାଁ, ରାମଚନ୍ଦ୍ରପୁର, ପୁକାମ, ବେଲପସୀ, ମାଣିକପୁର, ଦଳପଶି, ଗରିଆଡୁବା, ସିଆଲଯୋଡ଼ା, ନରସିଂହପୁର, ଗବଳଗାଁ, ଜୟନ୍ତୀଗଡ଼, ଜଗନ୍ନାଥପୁର, ହାବୁଗୁଟୁ, ଧଳାଡିହ, କର୍ଷକଳା, ଡୁମୁରିଆ, ଗୁଡ଼ଗାଁ, ପୋଖରୀଆ, ଖଇରପାଳ, ବାଲିବନ୍ଧ ଘଡ଼ାବନ୍ଧ, ଅଧିକାରୀ, କାଙ୍କା, ଗଡ଼ଗାଁ, ଅଙ୍ଗାରପଦା, ମହାଲିପୋଖରୀ ଆଦି ଅଞ୍ଚଳରେ ରହିଥିବା ହିନ୍ଦୀ ବିଦ୍ୟାଳୟ ଗୁଡ଼ିକରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ନିମନ୍ତେ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡା ସହିତ ପୂର୍ବତନ ସାଂସଦ ଗୀତା କୋଡାଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ଓ ଓଡ଼ିଆ ବର୍ଣ୍ଣବୋଧ ପ୍ରଦାନ କରାଯାଇ ଦାବୀ କରା ଯାଇଛି। ସେହିପରି ଉତ୍କଳମଣି ଓଡ଼ିଆ ମଧ୍ୟ ବିଦ୍ୟାଳୟରେ ରହିଥିବା ଆଠ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦରମା, ମାଧ୍ୟାନ୍ନ ଭୋଜନ ପ୍ରଦାନ ଆଦି ଦାବୀ ନେଇ ସର୍ବ ଭାରତୀୟ ଓଡ଼ିଆ ସମାଜ ର ସଂସ୍ଥାପକ, ଆଜୀବନ ସଦସ୍ୟ ଶ୍ରୀ ସୁଭାଷ ଚନ୍ଦ୍ର ବେହେରା, ଡ଼ଃ ସତ୍ୟଜିତ ପ୍ରଧାନ ପ୍ରମୁଖ ଜଗନ୍ନାଥପୁର ଠାରେ ସୌଜନ୍ୟ ମୂଳକଭାବେ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।