ଭୁବନେଶ୍ୱର, 19 ନଭେମ୍ବର - ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ଡିଜିପି କନଫରେନ୍ସରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗଦେବେ । ନଭେମ୍ବର 29ରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଡିଜିପି କନଫରେନ୍ସ । ଯେଉଁଥିରେ ପ୍ରଧାନମନ୍ତ୍ରୀ ଯୋଗଦେବେ । ଅମିତ ଶହ ମଧ୍ୟ 3 ଦିନ ଓଡ଼ିଶାରେ ରହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।