ଚମ୍ପୁଆ, ୧୫/୦୧(ତ୍ରିନାଥ ମହାନ୍ତ) ଚମ୍ପୁଆ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଗତ ଛଅ ତାରିଖରୁ ଆରମ୍ଭ ହେଇଥିବା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଦିବସରେ ମୂଖ୍ୟ ଅତିଥି ଭାବେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଭକ୍ତବନ୍ଧୁ ପ୍ରଧାନ ଯୋଗ ଦେଇ ଛାତ୍ରୀ ମାନଙ୍କୁ ନିଜର ସୁରକ୍ଷା ପାଇଁ ଏହି ପ୍ରଶିକ୍ଷଣ ଆହୁରି ସଶକ୍ତ ଓ ସମର୍ଥ କରିବ ବୋଲି ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଟ୍ରେନର ସାଗରିକା ବେହେରା ଓ ତୁଳସୀ ମୁଣ୍ଡା ଛାତ୍ରୀ ମାନଙ୍କୁ ନିଜ ଆତ୍ମରକ୍ଷା ପାଇଁ ବିଭିନ୍ନ କୌଶଳର ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରଶିକ୍ଷଣ ଶିବିରଟି ପ୍ରୋଗ୍ରାମିଂ ଅଫିସର ଅନିତା ଜେନାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ତାଙ୍କୁ ସହକର୍ମୀ ଦୀପକ କୁମାର କର, ପୁଷ୍ପମଞ୍ଜରି ତ୍ରିପାଠୀ, ଗୀତାଞ୍ଜଳି ପ୍ରଧାନଙ୍କ ସହ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ୨୫୬ ଜଣ ଛାତ୍ରୀ ଯୋଗ ଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ।