ଚମ୍ପୁଆ, (୨୯/୧୦) ଚମ୍ପୁଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ କେନ୍ଦୁଝର ଜିଲ୍ଲା ସ୍ତରୀୟ ବିଦ୍ୱତ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଅଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଲଳିତ ମୋହନ ମହାନ୍ତ, ବିଦ୍ୟାଳୟର ସଭାପତି ରମାକାନ୍ତ ପ୍ରଧାନ, ପ୍ରାନ୍ତ ବିଦ୍ୱତ ପରିଷଦର ସଂଯୋଜକ ଅଶ୍ୱିନୀ କୁମାର ନାୟକ, ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ, ସମ୍ଭାଗ ସମ୍ପାଦକ ଗଙ୍ଗାଧର କର, ସମ୍ଭାଗ ସଂଯୋଜକ କ୍ଷେତ୍ରମୋହନ ଦାସ, ବିଭାଗ ନିରୀକ୍ଷକ ଜ୍ଞାନ ରଞ୍ଜନ ପାଢ଼ୀ ଓ ସହ ବିଭାଗ ନିରୀକ୍ଷକ ଲମ୍ବୋଦର ମହାନ୍ତ ଆଦି ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଅଶ୍ୱିନୀ କୁମାର ନାୟକ ସାମାଜିକ ଗଣମାଧ୍ୟମକୁ ଉଚିତ୍ ମାର୍ଗରେ ବ୍ୟବହାର କରିବା ସହିତ ରାଷ୍ଟ୍ର, ସଂସ୍କୃତି, ପରମ୍ପରା, ଐତିହ୍ଯ , ଶିକ୍ଷା , ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବାର୍ତ୍ତାକୁ ପ୍ରେରଣ କରିବାକୁ ଗୁରୁତ୍ଵ ଦେଇଥିଲେ ଏବଂ ପ୍ରତିମାସରେ ଦୁଇଥର ମୋବାଇଲ ଏକାଦଶୀ ପାଳନ କରିବାକୁ ଆହ୍ବାନ କରିଥିଲେ । ଏହି ଆଲୋଚନା ଚକ୍ରରେ “ ସାମାଜିକ ଗଣମାଧ୍ୟମର ଉପଯୁକ୍ତ ବ୍ୟବହାର “ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଏଥିରେ ଗୌରଚନ୍ଦ୍ର ପ୍ରଧାନ, ଡଃ ଭୁବନେଶ୍ୱର ମହାନ୍ତ, ଗୋଲକ ବିହାରୀ ଗିରି, ଭୀମସେନ ମହାନ୍ତ, କମଳ ଲୋଚନ ଗିରି, ପ୍ରଦୀପ କୁମାର ପତି, ବେଣୁଧର ସାହୁ , ଗିରିଜା ଶଙ୍କର କର, ଯଦୁମଣି ମହାନ୍ତ, ରମାକାନ୍ତ ପ୍ରଧାନ, ଅଲେଖ ମହାନ୍ତ, ପାଣୁ ରାଠୋର, ବିଳାସ ମହାନ୍ତ, ରବୀନ୍ଦ୍ର କୁମାର ପଣ୍ଡା, ଗଙ୍ଗାଧର କର, ଭାସ୍କର ଚନ୍ଦ୍ର ମହାକୁଡ଼, ରାମେଶ୍ୱର ମହାନ୍ତ, କମଳାକାନ୍ତ ଗିରି, ପ୍ରଶାନ୍ତ କୁମାର ନନ୍ଦ, ଉଗ୍ରସେନ ମହାନ୍ତ, ରବିନ କୁମାର ମହାନ୍ତ, ତ୍ରିବେଣୀ ପାତ୍ର, ସରୋଜ କୁମାର ପାତ୍ର, ଦୁଷ୍ମନ୍ତ କୁମାର ମହାନ୍ତ, ରବୀନ୍ଦ୍ର କୁମାର ବେହେରା, ଅକ୍ଷୟ କୁମାର ନାଏକ ଆଦି ଉପସ୍ଥିତ ରହି ପ୍ରସଙ୍ଗ ଉପରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।