Latest News

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସରକାରୀ ଛଟେଇ ନନଫର୍ମାଲ ଶିକ୍ଷକ ସଂଘ

Oct 14, 2024
Odishakhabar:Champua-keonjhar-470

 ଚମ୍ପୁଆ, ୧୪/୧୦ (ତ୍ରିନାଥ ମହାନ୍ତ) ରାଜ୍ୟରେ ଛଟେଇ ହୋଇ ପୁନଃ ନିଯୁକ୍ତିରୁ ବଞ୍ଚିତ ହୋଇଥିବା ଅଣ ଆନୁଷ୍ଠାନିକ (ନନଫର୍ମାଲ) ଶିକ୍ଷକ ସଂଘ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବା ଜଣା ପଡିଛି। ଶାରଦୀୟ ଦୁର୍ଗାପୂଜା ଅବସରରେ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରେ ଆସିଥିବା ବେଳେ ସଂଘର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ପାତ୍ରଙ୍କ ନେତୃତ୍ୱରେ ସଂଘ କର୍ମକର୍ତା ମାନେ ତାଙ୍କ ପୈତୃକ ବାସ ଭବନ ରାଇକଳା ଠାରେ ସାକ୍ଷାତ କରି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟକି, ଗତ ତା - ୩୧-୩-୨୦୦୧ ରେ ରାଜ୍ୟର ଦଶ ହଜାରରୁ ଉର୍ଦ୍ଧ ନନ ଫର୍ମାଲ ଶିକ୍ଷକଙ୍କୁ ଛଟେଇ କରା ଯାଇଥିବା ବେଳେ ୨୦୦୯ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନୀ ଇସ୍ତାହାରରେ ତତ୍କାଳୀନ ସରକାର ନନଫର୍ମାଲ ଶିକ୍ଷକରେ ନିୟୋଜିତ ବ୍ୟକ୍ତିଙ୍କ ପାଇଁ ଯୋଗ୍ୟତା ଭିତିରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯିବ ବୋଲି ପ୍ରକାଶ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ କୌଣସି ପଦକ୍ଷେପ ନେଇ ନ ଥିଲେ। ଯାହାକୁ ନେଇ ସଂଘ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଯାହା ଫଳରେ ଦଶ ହଜାରରୁ ଅଧିକ ଶିକ୍ଷକ ବେକାର ହୋଇ ଘରେ ବସିଥିବା ସ୍ଥିତି ଉପୁଜି ସାରିଛି। ଏବେ ସରକାର ବଦଳିବା ପରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ମାନନୀୟ ମୋହନ ଚରଣ ମାଝୀ ତିନି ଦିନିଆଁ କେନ୍ଦୁଝର ଗସ୍ତରେ ଆସିଥିବା ଅବସରରେ ତାଙ୍କ ପୈତୃକ ଗୃହରେ ଅଣ ଆନୁଷ୍ଠାନିକ (ନନଫର୍ମାଲ) ଶିକ୍ଷକ ସଂଘ ପକ୍ଷରୁ ତାଙ୍କୁ ଭେଟି ଏହାର ପୁନଃର୍ବିଚାର ପାଇଁ ଦାବୀ ପତ୍ର ପ୍ରଦାନ କରା ଯାଇଥିବା ଜଣା ପଡିଛି। 

Related Post