Latest News

ଚମ୍ପୁଆ ଶିଶୁ ବିଦ୍ୟା ମନ୍ଦିରକୁ ପ୍ରକୃତି ମିତ୍ର ଓ ଶ୍ରୀ ଅରବିନ୍ଦ ମହାନ୍ତଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

Oct 07, 2024
Odishakhabar:Champua-keonjhar-469

 ଚମ୍ପୁଆ, (୦୭/୧୦) ଓଡ଼ିଶା ସରକାରଙ୍କ ଜିଲ୍ଲା ସ୍ତରୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳନ- ୨୦୨୪-୨୫ କେନ୍ଦୁଝର ବନ୍ଯ ପ୍ରାଣୀ ଉପଖଣ୍ଡ ସମ୍ମିଳନୀ କକ୍ଷ, ଆନନ୍ଦପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆନନ୍ଦପୁର ଉପଜିଲ୍ଲାପାଳ ଫାଲଗୁନି ମାଝୀ, ସମ୍ମାନିତ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ, କେନ୍ଦୁଝର ସହକାରୀ ବନ ସଂରକ୍ଷକ ଅଶୋକ କୁମାର ଦାଶ , କେନ୍ଦୁଝର ସହକାରୀ ବନ ସଂରକ୍ଷକ ଅଶୋକ ବିଶ୍ବାଳ ପ୍ରମୁଖ ମଞ୍ଚାସୀନ ଥିବାବେଳେ ଏହି ଅବସରରେ ଚମ୍ପୁଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଚମ୍ପୁଆକୁ ପ୍ରକୃତି ମିତ୍ର ଓ ଚମ୍ପୁଆ ଏନଏସି ଅନ୍ତର୍ଗତ ପାଞ୍ଚପୋଖରିଆ ଗ୍ରାମର ଶ୍ରୀ ଅରବିନ୍ଦ ମହାନ୍ତଙ୍କୁ ପ୍ରକୃତି ବନ୍ଧୁ - ୨୦୨୪ ପୁରସ୍କାର ପ୍ରଦାନ କରାଯିବା ସହିତ ସମ୍ବର୍ଦ୍ଧିତ କରାଯାଇଛି। ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ସ୍ୱରୂପ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସଙ୍କୁ ପୁରସ୍କାର ବାବଦକୁ ନଗଦ କୋଡ଼ିଏ ହଜାର ଟଙ୍କା ଅର୍ଥ ରାଶି ଓ ମାନପତ୍ର ପ୍ରଦାନ କରା ଯାଇଥିବା ବେଳେ ଶ୍ରୀ ଅରବିନ୍ଦ ମହାନ୍ତଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ବାବଦକୁ ଦଶ ହଜାର ଟଙ୍କା ଅର୍ଥ ରାଶି ସହିତ ମାନପତ୍ର ପ୍ରଦାନ କରାଯାଇଛି। 

 ତେବେ ଶ୍ରୀ ଦାସ ଏବଂ ଶ୍ରୀ ମହାନ୍ତ ଶିକ୍ଷାବିତ୍, ଲେଖକ, କବି, ସଂଗଠକ, ପ୍ରକୃତିପ୍ରେମୀ ଭାବେ ଅଞ୍ଚଳରେ ବେଶ ପରିଚିତ ଥିବାରୁ ତାଙ୍କୁ ଓଡିଶା ସରକାରଙ୍କ ପକ୍ଷରୁ ମିଳିଥିବା ପ୍ରୋତ୍ସାହନ ପାଇଁ ଚମ୍ପୁଆର ବିଭିନ୍ନ ଅନୁଷ୍ଠାନ ସହିତ ବୁଦ୍ଧିଜୀବୀ ମହଲରୁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟିଛି।

Related Post