Latest News

ଟ୍ରଲର ପଛରେ ପିଟିଲା ହାଇୱା : ହେଲପର ମୃତ,, ଡ୍ରାଇଭର ଗୁରୁତର

Dec 09, 2024
Odishakhabar:Champua-keonjhar-511

 ଚମ୍ପୁଆ, (୦୯/୧୨) ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ ତଡ଼ୁଆବାହାଳ ନିକଟରେ ଏକ ମର୍ମନ୍ତୁନ୍ଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି l ଘଟଣା ଅନୁସାରେ ଆଜି ଭୋର ପ୍ରାୟ ସାଢେ ତିନି ଘଟିକା ସମୟରେ ଯୋଡା ଅଞ୍ଚଳରୁ ଲୁହାପଥର ବୋଝେଇ ହୋଇ ଯାଉଥିବା ଏକ ଟ୍ରକ ( ଗାଡି ନଂ ଓଡି ୦୭ ଏଏଚ ୫୪୮୭) ତଡ଼ୁଆ ବାହାଳ ନିକଟରେ ଛିଡା ହୋଇଥିବା ବେଳେ ପଛରେ ଆସୁଥିବା ଏକ ହାଇୱା ( ଗାଡି ନଂ ଓଡି ୨୨ ଜେଡ ଠ୮୪୧ ) ଟ୍ରକ ଟିକୁ ପଛରୁ ଧକ୍କା ଦେଇଥିଲା । ଫଳରେ ହାଇୱାର ସମ୍ମୁଖ କ୍ୟାବିନଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇ ଯାଇଥିଲା । ହାଇୱାର ଡ୍ରାଇଭର ଓ ହେଲପର କ୍ୟାବିନ ଭିତରେ ଚାପି ହୋଇ ଯାଇଥିଲେ । ଖବର ପାଇ ରିମୁଳି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କ୍ୟାବିନକୁ ତାଡି ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରିଥିଲେ । ଆହତ ଡ୍ରାଇଭର ପବିତ୍ର ଖଟୁଆଙ୍କୁ ପ୍ରଥମେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ଓ ପରେ କେନ୍ଦୁଝର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ହେଲପରଙ୍କୁ ନିକଟସ୍ଥ ବାସୁଦେବପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ହେଲପର ଜଣଙ୍କ ହେଲେ କେନ୍ଦ୍ରାପଡା ଜିଲ୍ଲା ରଙ୍ଗଣି ଥାନା ଅନ୍ତର୍ଗତ ସୌରେନ୍ଦ୍ରପୁର ଗ୍ରାମର ନନ୍ଦଦୁଲାଲ ସାମନ୍ତଙ୍କ ପୁଅ ଗୌତମ ସାମନ୍ତ (୨୧) | ମୃତଦେହକୁ ବ୍ୟବଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ଗାଡି ଦୁଇଟିକୁ ଜବତ କରି ରିମୁଳି ଫାଣ୍ଡି ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Related Post