ନୂଆଦିଲ୍ଲୀ- ଗୁଜରାଟର ଶିଳ୍ପ ସହର ସୁରଟରେ ଆଜି ଜଳ ସଂଚୟ ଜନଭାଗିଦାରୀ ପଦକ୍ଷେପର ଶୁଭାରମ୍ଭ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଡି ହେବେ । ସେ ଏହି ସମାରୋହକୁ ଦ୍ୱିପ୍ରହର 12.30 ମିନିଟ ସମୟରେ ଭିସି ଜରିଆରେ ସଂବୋଧିତ କରିବେ । ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ଆଗକୁ ବଢାଇବ ।