ନୁଆଦିଲ୍ଲୀ 21 ଅକ୍ଟୋବର -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 16ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଆଜି ରୁଷ ଗ୍ରସ୍ତ କରିବେ।ସେ ତାଙ୍କ ଗ୍ରସ୍ତ ସମୟରେ ବ୍ରିକ୍ସ ଗୋଷ୍ଠୀ ନେତା ତଥା ଅନ୍ୟ ନିମନ୍ତ୍ରିତ ଅତିଥିମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ।ପ୍ରଧାନମନ୍ତ୍ରୀ ମୋଦୀ ରୁଷର ରାଷ୍ଟ୍ରପତି ବ୍ଲାଦିମିର ପୁତିନଙ୍କ ନିମନ୍ତ୍ରଣରେ ଗ୍ରସ୍ତ କରୁଛନ୍ତି।ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ରୁଷ ଗ୍ରସ୍ତ ।ରୁଷର କଜାନ ସହରରେ 22 -23 ଅକ୍ଟୋବରରେ ବ୍ରିକ୍ସ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ।ସଂଗଠନର ସମ୍ପ୍ରସାରଣ ପରେ ଏହା ହେଉଛି ପ୍ରଥମ ଶିଖର ସମ୍ମିଳନୀ।ବ୍ରିକ୍ସ ବିଶ୍ୱର ପ୍ରମୁଖ ଉଦୀୟମାନ ଅର୍ଥନୀତିକୁ ଏକତ୍ର କରିବା ପାଇଁ ଏକ ଗୁରୁତ୍ୱପୁର୍ଣ୍ଣ ଗୋଷ୍ଠୀ ।ମିସ୍ର,ଇରାନ,ଇଥିୟୋପିୟା ଏବଂ ୟୁଏଇ ଚଳିତବର୍ଷ ଏହି ସଂଗଠନରେ ଯୋଗ ଦେଇଛନ୍ତି।ଭାରତରେ ରୁଷର ରାଷ୍ଟ୍ରଦୁତ ଡେନିସ ଅଲୀପୋବ କହିଛନ୍ତି ତାଙ୍କ ଦେଶ ବ୍ରିକ୍ସ ଶିଖର ସମ୍ମିଳନୀ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ 40ଜଣ ଅନ୍ୟ ନେତାଙ୍କ ସ୍ୱାଗତ କରିବାକୁ ଆଗ୍ରହୀ।ଅଲୀପୋବ କହିଛନ୍ତି ବ୍ରିକ୍ସରେ ନୁତନ ସଦସ୍ୟମାନେ ସାମିଲ ହେବେ ବୋଲି ଆଶା କରାଯାଉଛି। ଏହି ବିସ୍ତାର ଗ୍ଲୋବାଲ ସାଉଥ ସ୍ୱାର୍ଥକୁ ଆଗକୁ ନେବାପାଇଁ ଏକ ଗୁରୁତ୍ୱପୁର୍ଣ୍ଣ ପ୍ଲାଟଫର୍ମ ଭାବରେ ସଂଗଠନକୁ ମଜବୁତ କରିବ।