Latest News

ବାତ୍ୟା "ଦାନା" ର ମୁକାବିଲା ପାଇଁ ଚମ୍ପୁଆ ପ୍ରଶାସନର ପ୍ରସ୍ତୁତି : ପ୍ରତି ପଞ୍ଚାୟତ ଓ ଏନ୍ଏସି ରେ ଖୋଲା ଯାଇଛି ଆଶ୍ରୟ ସ୍ଥଳ

Oct 24, 2024
Odishakhabar:Champua-keonjhar-478

 ଚମ୍ପୁଆ, ୨୪/୧୦ (ତ୍ରିନାଥ ମହାନ୍ତ) ବାତ୍ୟା 'ଦାନା' ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିବା ସହିତ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭିନ୍ନ ବିଭାଗକୁ ସଜାଗ ରଖିଥିବା ବେଳେ ଚମ୍ପୁଆ ଉପଖଣ୍ଡ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପଦକ୍ଷେପ ଗ୍ରହଣ କରା ଯାଇଛି।ପୂର୍ବରୁ ଏ ନେଇ ବିଭିନ୍ନ ବିଭାଗର ଉପସ୍ଥିତିରେ ବୈଠକ ଡକାଯାଇ ବାତ୍ୟାର ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ସହିତ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇ ଥିବାବେଳେ ଚମ୍ପୁଆ ଅଞ୍ଚଳରେ ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ପ୍ରଶାସନ ତରଫରୁ ଚମ୍ପୁଆ ଏନଏସି ସହିତ ବ୍ଲକର ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଆଶ୍ରୟ ସ୍ଥଳୀ ଖୋଲା ଯାଇଛି। ଏହି ଆଶ୍ରୟ ସ୍ଥଳୀ ମାନଙ୍କରେ ଗ୍ରାମର କଚା ଓ ତଳି ଅଞ୍ଚଳ ତଥା ବିପଦ ସଙ୍କୁଳ ଘର ମାନଙ୍କରେ ରହୁଥ‌ିବା ପରିବାର ମାନଙ୍କୁ ଥଇଥାନ କରିବା ପାଇଁ ଯୋଜନା କରା ଯାଇଛି। ଚମ୍ପୁଆ ଏନ୍ଏସିରେ ୩୨୩ ଜଣଙ୍କୁ ଚିହ୍ନଟ କରାଯାଇ ଥିବାବେଳେ ୫୨ ଜଣଙ୍କୁ ଆଶ୍ରୟ ସ୍ଥଳୀରେ ରଖା ଯାଇଛି। ସେହିପରି ଚମ୍ପୁଆ ବ୍ଲକର କୋଡଗାଡ଼ିଆ ପଞ୍ଚାୟତରେ ୨୪୮, ରିମୁଳି ପଞ୍ଚାୟତରେ ୨୮୯, ବଡନଇ ପଞ୍ଚାୟତରେ ୪୨, କାଳିକାପ୍ରସାଦ ପଞ୍ଚାୟତରେ ୧୫, ପର୍ଶଳା ପଞ୍ଚାୟତରେ ୭୨, ରଜିଆ ପଞ୍ଚାୟତରେ ୨୩ ଜାମୁଦଲକ ପଞ୍ଚାୟତରେ ୧୧୫, ସୁନାପଶି ପଞ୍ଚାୟତରେ ୮୨, ସରେଇ ପଞ୍ଚାୟତରେ ୫, କୁଟାରିପଶି ପଞ୍ଚାୟତରେ ୧୮୧, କରଞ୍ଜିଆ ପଞ୍ଚାୟତରେ ୨୦୦, ଚନ୍ଦ୍ରଶେଖରପୁର ପଞ୍ଚାୟତରେ ୧୨, କାଶିପାଳ ପଞ୍ଚାୟତରେ ୩୦, ଭଣ୍ଡା ପଞ୍ଚାୟତରେ ୩୦, ଉଚ୍ଚବାଲି ପଞ୍ଚାୟତରେ ୩୯୨, ରଙ୍ଗାମାଟିଆ ପଞ୍ଚାୟତରେ ୩୦, ପଡୁଆ ପଞ୍ଚାୟତରେ ୩୦, ଭୂଇଁପୁର ପଞ୍ଚାୟତରେ ୪୮, ଜାଲି ପଞ୍ଚାୟତରେ ୩୦, ଜଜପଶି ପଞ୍ଚାୟତରେ ୨୫, ଷଡ଼ଙ୍ଗୀ ପଞ୍ଚାୟତରେ ୩୦ ଏବଂ ଜ୍ୟୋତିପୁର ପଞ୍ଚାୟତରେ ୨୦ ଜଣଙ୍କୁ ବାତ୍ୟା ଆଶ୍ରୟ ସୁଳୀ ମାନଙ୍କରେ ଥଇଥାନ ପାଇଁ ଯୋଜନା କରାଯାଇଛି। ପ୍ରତି ଆଶ୍ରୟ ସୁଳୀରେ ଜଣେ ଜଣେ ଅଧିକାରୀଙ୍କୁ ଦାଇତ୍ବ ଦିଆଯାଇ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଥିବା ବେଳେ ଏହି ଆଶ୍ରୟ ସ୍ଥଳକୁ ଅନେକ ପରିବାର ଘର ଛାଡ଼ି ଆସିବାକୁ ଅମଙ୍ଗ ହେଉଥ‌ିବାରୁ ପ୍ରଶାସନ ତରଫରୁ ତାଙ୍କୁ ବୁଝା ସୁଝା କରି ଆଶ୍ରୟ ସୁଳୀକୁ ଆଣିବା ପାଇଁ ଚେଷ୍ଟା ଜାରି ରହିଛି। ତେବେ ରିପୋର୍ଟ ଲେଖା ହେବା ଯାଏଁ ବ୍ଲକରେ ୪୫ ଜଣଙ୍କୁ ବିଭିନ୍ନ ଆଶ୍ରୟ ସ୍ଥଳରେ ଥଇଥାନ କରା ଯାଇଥିବା ବ୍ଲକ ତରଫରୁ ସୂଚନା ପ୍ରଦାନ କରା ଯାଇଛି।

Related Post