Latest News

କାଳିକାପ୍ରସାଦ ଜଙ୍ଗଲରେ ୨୭ଟିକିଆ ହାତୀପଲ

Apr 21, 2025
Odishakhabar:Champua-keonjhar-1020

 ଚମ୍ପୁଆ, ୨୧/୦୪ (ତ୍ରିନାଥ ମହାନ୍ତ) ଚମ୍ପୁଆ ବନାଞ୍ଚଳ ଚମ୍ପୁଆ ସେକ୍ସନ ରେ ଡେରା ପକାଇଛନ୍ତି ୨୭ ଟିକିଆ ବଣୁଆ ହାତୀପଲ । କିଛିଦିନ ବ୍ୟବଧାନ ରେ ହାତୀପଲ ଚମ୍ପୁଆ ସେକ୍ସନ କୁ ଆସିଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି । ଏହି ୨୭ ଟିକିଆ ବଣୁଆ ହାତୀପଲ କିଛି ଦିନ ହେବ ଚମ୍ପୁଆ ବନାଞ୍ଚଳ ର ଉଖୁଣ୍ଡା ସେକ୍ସନ ରୁ କାଟୁଳିକନା ଦେଇ ଆସି ଚମ୍ପୁଆ ସେକ୍ସନ ର ସରେଇ ଜଙ୍ଗଲ ରେ ଡେରା ପକାଇଥିଲେ । ଆଜି ସକାଳୁ ଏହି ହାତୀ ପଲ ଟୁଣୁଟୁଣା ,ଶଶାଙ୍ଗ ଦେଇ ପତଳା ଗ୍ରାମ ନିକଟ କାଳିକା ପ୍ରାସାଦ ସଂରକ୍ଷିତ ଜଙ୍ଗଲରେ ରହିଛନ୍ତି। ଖାଦ୍ୟ ସନ୍ଧାନ ରେ ଗାଁ ମୁହାଁ ହୋଇ ବଣୁଆ ହାତୀପଲ କେତେବେଳେ ଘରଦ୍ୱାର ଭାଙ୍ଗୁଛନ୍ତି ତ କେତେବେଳେ ଦଳି ଚକଟି ଫସଲ ନଷ୍ଟ କରୁଛନ୍ତି । ଯାହାକୁ ନେଇ ଅଞ୍ଚଳ ବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡ଼ିଛି। ଏହି ବଣୁଆ ହାତୀପଲ ଯେପରି ଗାଁ ମୁହାଁ ନ ହେବେ ସେଥିପ୍ରତି ଚମ୍ପୁଆ ବନପାଳ ଜ୍ୟୋତିରୂପା ପାଣି, ବନରଖି ନିରୁପମା ମହାକୁଡ ଙ୍କ ସହିତ ବନ ବିଭାଗ ରେ କାର୍ଯ୍ୟରତ ହାତୀସ୍କ୍ୱାର୍ଡ ହାତୀ ପଲ ର ଗତିବିଧି କୁ ଅନୁଧ୍ୟାନ କରୁଛନ୍ତି। ହାତୀ ରହିଥିବା ପାଖା ପାଖି ଗ୍ରାମାଞ୍ଚଳ ଗୁଡ଼ିକରେ ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ସତର୍କ ରହିବାକୁ ସୂଚନା ମଧ୍ୟ ଦିଆଯାଉଛି।

Related Post